ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୪ ହଜାର ୮୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୪୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୫ ହଜାର ୨୮୨ ଓ ମୃତକଙ୍କ ସଂଖ୍ୟା ୧୩ ହଜାର ୬୯୯କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ମଧ୍ୟରୁ ୧ ଲକ୍ଷ ୭୪ ହଜାର ୩୮୭ ରୋଗୀ ସକ୍ରିୟ ଥିବାବେଳେ ୨ ଲକ୍ଷ ୩୭ ହଜାର ୧୯୬ ଜଣ ସୁସ୍ଥ ହୋଇଛନ୍ତି । ଏସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ରରେ ଆଜି ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ମହାରାଷ୍ଟ୍ରରେ ୧ ଲକ୍ଷ ୩୨ ହଜାର ୭୫ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୭୦ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ୫୯ ହଜାର ୭୪୬ ଆକ୍ରାନ୍ତ, ୨୧୭୫ ମୃତ୍ୟୁ। ତାମିଲନାଡୁରେ ୫୯ ହଜାର ୩୭୭ ସଂକ୍ରମିତ ଏବଂ ୭୫୭ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୨୭ ହଜାର ୩୧୭କୁ ବୃଦ୍ଧି ପାଇଥିବାବେଳେ ୧୬୬୪ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୧୭ ହଜାର ୭୩୧ ସଂକ୍ରମିତ ଓ ୫୫୦ ମୃତ, ରାଜସ୍ଥାନରେ ୧୪ ହଜାର ୯୩୦ ଆକ୍ରାନ୍ତ ଓ ୩୪୯ ମୃତ, ପଶ୍ଚିମବଙ୍ଗରେ ୧୩ ହଜାର ୯୪୫ ଆକ୍ରାନ୍ତ ଓ ୫୫୫ ମୃତ, ମଧ୍ୟପ୍ରଦେଶରେ ୧୧ ହଜାର ୯୦୩ ସଂକ୍ରମିତ ଓ ୫୧୫ ମୃତ, ହରିୟାଣାରେ ୧୦ ହଜାର ୬୩୫ ଆକ୍ରାନ୍ତ ଏବଂ ୧୬୦ ମୃତ, କର୍ଣ୍ଣାଟକରେ ୯୧୫୦ ଆକ୍ରାନ୍ତ ଓ ୧୩୭ ମୃତ, ବିହାରରେ ୭୬୬୫ ଆକ୍ରାନ୍ତ ଓ ୫୧ ମୃତ, ଆନ୍ଧ୍ରପ୍ରଦଶେରେ ୮୯୨୯ ଆକ୍ରାନ୍ତ ଏବଂ ୧୦୬ ମୃତ, ତେଲେଙ୍ଗାନାରେ ୭୮୦୨ ସଂକ୍ରମିତ ଓ ୨୧୦ ମୃତ, ଜାମ୍ମୁ-କାଶ୍ମୀରରେ ୫୯୫୬ ସଂକ୍ରମିତ ଓ ୮୨ ମୃତ, ଆସାମରେ ୫୫୮୬ ଆକ୍ରାନ୍ତ ଓ ୯ ମୃତ୍ୟୁ ହୋଇଛି ।
previous post