ଓଡିଶା

ସକାଳ ୯ଟା ସୁଦ୍ଧା ମୋଟ ୭.୪୫ ପ୍ରତିଶତ ମତଦାନ

(ଭୁବନେଶ୍ୱର) : ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ‌ମୋଟ ୭.୪୫ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ଭୁବ‌ନେଶ୍ବରରେ ୬.୬୫ ପ୍ରତିଶତ ମତଦାନ ହୋଇଛି। ସେହିପରି କଟକରେ ୭.୩୨ ପ୍ରତିଶତ, ଢେଙ୍କାନାଳରେ ୯.୭୫ ପ୍ରତିଶତ, କେନ୍ଦୁଝରରେ ୮.୭୪ ପ୍ରତିଶତ, ପୁରୀରେ ୬.୮୭ ପ୍ରତିଶତ ଏବଂ ସମ୍ବଲପୁରରେ ୭.୦୯ ପ୍ରତିଶତ ମତଦାନ ହୋଇଛି।

ସୂଚନାନୁଯାୟୀ , ରାଜ୍ୟରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ।  ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ଚାଲିଛି ।

 

 

Related posts

ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ

mahabharatanews

୧୪ରୁ ୧୬ ଭୀଷଣ ବର୍ଷିବ

mahabharatanews

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିୟନ୍

mahabharatanews