ଓଡିଶା

ବାଇକ୍ ଆରୋହୀଙ୍କୁ ଚାପିଦେଲା ଟ୍ରକ

(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ବାଇକ୍ ଆରୋହୀଙ୍କ ଉପରେ ଏକ ଟ୍ରକ୍ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲା ଖଇରାର ବାସିନ୍ଦା ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପୋଲିସ ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ତେବେ ଏହି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି ।

Related posts

ଖୁବ୍ ଶୀଘ୍ର ନୂଆ ତାଲିକା, ଆଉ ୮ଲକ୍ଷ ହିତାଧିକାରୀ ପାଇବେ ରାସନକାର୍ଡ

mahabharatanews

ପାଣି ଆଣିବାକୁ ଯାଇ କାଉଡିଆ ନିଖୋଜ  

mahabharatanews

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ 

mahabharatanews