(ମହାଭାରତ, ବାସୁଦେବପୁର): ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଗାଁରେ ଏକ ଅଘଟଣ ଘଟିଛି । ଗାଁ ଦାଣ୍ଡରେ ଖେଳୁôଥିବା ବେଳେ ୨ ଶିଶୁ ପୁତ୍ରଙ୍କ ଉପରେ ଏକ ଟ୍ରାକ୍ଟର ଚଢି ଯାଇଛି । ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ସାଢେ ୧୧ଟା ବେଳେ ୬ ବର୍ଷର ଦୁଇ ଶିଶୁ ଗାଁ ଦାଣ୍ଡରେ ଖେଳୁଥିଲେ । ଏହି ସମୟରେ ଏକ ଟ୍ରାକ୍ଟର ପଛ କରି ଅଣ ଓସାରିଆ ଗାଁ ରାସ୍ତା ଭିତରେ ପଶୁଥିବା ବେଳେ ସେମାନଙ୍କ ଉପରେ ଚଢିଯାଇଥିଲା । ଟ୍ରାକ୍ଟରର ଚକ ଚଢି ଯିବା ଫଳରେ ଦୁଇ ଶିଶୁ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୋଟିଏ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଥିବା ଅନ୍ୟ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ, ଏହି ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।