ଓଡିଶାରାଜନୀତି

ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ବିରୋଧ 

ଭୁବନେଶ୍ୱର: ରାଜଧାନୀ ଝାରପଡା ଗଣେଶ ମଣ୍ଡପ ନିକଟରେ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା । ଅପ୍ରୀତିକର ପରିସ୍ଥିତିକୁ ନଜର ରଖି ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତ କାଲି ରାତିରେ ଉଚ୍ଛେଦ କଥା କହି ଆଜି ସକାଳୁ ପ୍ରକ୍ରିୟା ଆରମ୍ଭ କରିବାରୁ ବ୍ୟବସାୟୀଙ୍କ ମଧ୍ୟରେ  ଅସନ୍ତୋଷ ଦେଖା ଦେଇଛି । କେବଳ ବ୍ୟବସାୟୀ ନୁହେଁ  ସାଧାରଣ ଲୋକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରି ବିରୋଧ କରିଛନ୍ତି । ଏଠାରେ ଥିବା ୩ ଶହ ଦୋକାନ ଭଙ୍ଗା ଯାଉଛି । ଦୀର୍ଘ ଦିନ ହେବ ବିଏମସି ପକ୍ଷରୁ ଦୋକାନ ଉଚ୍ଛେଦକୁ ନେଇ ବିରୋଧ କରାଯାଉଛି । ଭୋର ୪ଟା ସମୟରୁ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା ।

ଏପରି ହଠାତ୍ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାରୁ ବ୍ୟବସାୟୀମାନେ ନିଜର ଜିନିଷ ନେବାକୁ ମଧ୍ୟ ସମୟ ପାଇଲେ ନାହିଁ । ଯାହା ଫଳରେ ବ୍ୟବସାୟୀଙ୍କର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଏହି ଘଟଣାରେ ବ୍ୟବସାୟୀମାନେ ରାସ୍ତାରୋକ କରିଥିବା ସୂଚନା ରହିଛି । ରାସ୍ତା ବନ୍ଦ ହୋଇଯିବା ହେତୁ ଗାଡି ଚଳାଚଳରେ ବାଧା ପ୍ରାପ୍ତ ହେଉଛି ।

ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରାଧାନ ପ୍ରମୁଖ ପହଞ୍ଚିଥିଲେ । ଏହି ଘଟଣାକୁ ସେ ରାଜନୈତିକ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ ସେହି ୱାର୍ଡରେ ବିଜେପି କର୍ପୋରେଟର ପ୍ରାର୍ଥୀ ଜିତିଥିବାରୁ ବିଜେଡି ଏପରି ଜାଣିଶୁଣି ଗଣେଶ ମଣ୍ଡପ ହାଟକୁ ଉଚ୍ଛେଦ କରାଉଛି ।

Related posts

ଆଦିବାସୀମେଳାରେ ଅଧିକ ୧୦୦ଟି ଷ୍ଟଲ

mahabharatanews

ଷଷ୍ଠ ଦିନରେ ଶ୍ରୀଅଲାରନାଥଙ୍କ ଦର୍ଶନ,ବଢୁଛି ଭିଡ଼ 

mahabharatanews

ଓଡ଼ିଶା ଠିକାଦାର ମହାସଂଘର କାର୍ଯ୍ୟାଳୟ ଉଦଘାଟିତ

mahabharatanews