ଓଡିଶାବିଶ୍ୱ

ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ

ପୁରୀ/ଜୟନ୍ତ କୁମାର ସେଠୀ : ବିଶ୍ୱ ସ୍ୱସ୍ଥ୍ୟ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି  । ଏହି ବାଲୁକା କଳା ରେ ସୁସ୍ଥ ରହିବାର ସଚେତନତା ଭିର୍ତ୍ତିକ ବାର୍ତ୍ତା ଦେଇଛନ୍ତି ।ଏଥିରେ ସେ ସମସ୍ତଙ୍କୁ ଯୋଗ, ବ୍ୟାୟମ କରିବା, ପୌଷ୍ଟିକ ଖାଦ୍ୟ ଖାଇବା ପାଇଁ ସଚେତନ କରାଇବା ସହିତ ନିଜେ ସୁସ୍ଥ ରହି ସୁସ୍ଥ ସମାଜ ଗଠନ କରିବା ର ଆହ୍ୱାନ ଦେଇଛନ୍ତି ।

ଏହି ବାଲୁକା କଳା ରେ ଗୋଟେ ସୁନ୍ଦର ସୁସ୍ଥ ପରିବେଶ ର ଦୃଶ୍ୟ ଦେଖାଇବା ସହିତ ଜନସମାଜ ସଠିକ ସମୟରେ ସଜାଗ ହୋଇ ସୁସ୍ଥ ଜୀବନ ଶୈଳୀ ଗଠନ କରିପାରୁଛି ତାହା ଅତିସୁନ୍ଦର ଭାବରେ ବାଲୁକାରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ  ।

ଏହି ବାଲୁକା କଳା ଟି ୧୮ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି  । ଏହି ବାଲୁକା କଳା କୁ ନିର୍ମାଣ କରିବା କୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା  । ଏହି ବାଲୁକା କଳା ରେ “World Health Day” ଏବଂ your Health is in your Hands ” ର ବାର୍ତ୍ତା ଦେଇଛନ୍ତି ।

Related posts

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା

mahabharatanews

କାଲିଠୁ କମିବ ତାତି, ୧୫ ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

mahabharatanews

ରାସ୍ତାରେ ଗଡୁଛି ପନିପରିବା

mahabharatanews