(ଭୁବନେଶ୍ୱର) : ଏଣିକି ଏୟାର କୁଲିଙ୍ଗ ହେଲମେଟ ପିନ୍ଧିବେ ଟ୍ରାଫିକ ପୋଲିସ । ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି। ତେବେ ବର୍ତ୍ତମାନ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି।
ସୂଚନାନୁଯାୟୀ , କମିଶନରେଟ ପୁଲିସ ପକ୍ଷରୁ ଏୟାର କୁଲିଙ୍ଗ ହେଲମେଟ ବ୍ୟବସ୍ଥା କରାଯାଇଛି। ଯାହା ଗରମ ଉତ୍ତାପରୁ ଟିକିଏ ଆରାମ ପ୍ରଦାନ କରିବ। ଆଜି ଏହି ହେଲମେଟ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୁଲିସ । ପ୍ରଚଣ୍ତ ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ହେଲମେଟଗୁଡିକ ବ୍ୟାଟେରୀରେ ଚାଳିତ। ସେଥିପାଇଁ ବ୍ୟାଟେରୀ ବ୍ୟବସ୍ଥା କରାଯାଇ ଡିଜାଇନ୍ କରାଯାଇଛି।