ଓଡିଶା

ଡେଡ୍ ଲାଇନରେ ଧକ୍କା ହେଲା ଟ୍ରେନ ଇଞ୍ଜିନ

(ମହାଭାରତ, ଗୁଣୁପୁର): ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନର ଇଞ୍ଜିନ ଗତ ବୁଧବାର ରାତିରେ ଗୁଣୁପୁର ଷ୍ଟେସନ ପାଖରେ ଏକ ଡେଡ୍ ଲାଇନକୁ ଧକ୍କା ଦେଇଛି । ତେବେ ଏଥିରେ କେହି ଆହତ ହୋଇନାହାନ୍ତି । ଅନ୍ୟ ଏକ ଇଞ୍ଜିନ ଆସି ଲାଗିବା ପରେ ଟ୍ରେନଟି ବିଳମ୍ବିତ ରାତିରେ ପଲାସା ଅଭିମୁଖେ ଯାଇଥିଲା । ସୂଚନା ଅନୁଯାୟୀ, ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ ଗତକାଲି ରାତି ସାଢେ ୮ଟାରେ ଗୁଣୁପୁରରେ ପହଞ୍ଚିବାକୁ ଥିବା ବେଳେ ସେଥିରେ ବିଳମ୍ବ ହୋଇଥିଲା । ଉକ୍ତ ଷ୍ଟେସନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନଟି ଇଞ୍ଜିନ ବଦଳାଇବା ପାଇଁ ଡେଡ ଲାଇନ ନିକଟକୁ ଯାଇଥିଲା । ମାତ୍ର ସେଠାରେ ଇଞ୍ଜିନଟି ଡେଡ୍ ଲାଇନରେ ପିଟି ହୋଇଯାଇଥିଲା । ଫଳରେ ଆଉ ଏକ ଇଞ୍ଜିନ ସଂଯୋଗ ହେବା ପରେ ଟ୍ରେନଟି ରାତି ପ୍ରାୟ ୧ଟା ପରେ ପଲାସା ଅଭିମୁଖେ ବାହାରିଥିଲା ।

Related posts

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

mahabharatanews

ନଭେମ୍ବର ୨୭ରୁ ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

mahabharatanews

ଆଜି ଉଦଘାଟନ ହେବ କଟକ ନେତାଜୀ ବସ୍ ଟର୍ମିନାଲ୍

mahabharatanews