ଭାରତ

ମାତ୍ର ୧ ଟଙ୍କା ଖର୍ଚ୍ଚରେ ବୁଲିପାରିବେ ପୁରା ଦେଶ

(ଦିଲ୍ଲୀ) : ଦିଲ୍ଲୀରୁ ଡ଼େରାଡୁନ୍, ଆଗ୍ରା, ଜୟପୁର ଯିବା ପାଇଁ ଆପଣ ମାତ୍ର ୧ ଟଙ୍କା ଖର୍ଚ୍ଚରେ ଏହି ଯାତ୍ରା ପୁରା କରିପାରିବେ । ଦିଲ୍ଲୀରୁ ଜୟପୁର, ଡ଼େରାଡୁନ୍, ଆଗ୍ରାକୁ ଏସି ବସ୍ ଯୋଗେ ଯାତ୍ରା କରିବା ପାଇଁ ଆପଣଙ୍କୁ ମାତ୍ର ଏକ ଟଙ୍କା ଖର୍ଚ୍ଚ ହେବ । ପରିବେଶ ପ୍ରଦୁଷଣ ରୋକିବା ଓ ଧୁମ୍ର ବିହୀନ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପରିବହନ ସଂସ୍ଥା ପକ୍ଷରୁ ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଏହି ସ୍ୱତନ୍ତ୍ର ଅଫର କେବଳ ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସ ଉପଲକ୍ଷେ ଦିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ବସ୍‌ ଗୁଡ଼ିକ ବିଦ୍ୟୁତ ଦ୍ୱାରା ଚାଳିତ ।

ସୂଚନାନୁଯାୟୀ , ସ୍ୱାଧୀନତା ଦିବସ ଅବସରରେ, ୧୫ ଅଗଷ୍ଟ ଦିନ ଗ୍ରୀନ୍ସେଲ ମୋବିଲିଟିର ଇଣ୍ଟରସିଟି ଇଲେକ୍ଟ୍ରିକ୍ ଏସି ବସ୍ କୋଚ୍ ସେବା NueGo ଏହି ସ୍ୱତନ୍ତ୍ର ଅଫର ଆଣିଛି । ଏହି ଅଫର ଅନୁଯାୟୀ ଲୋକମାନେ ଦିଲ୍ଲୀରୁ ଜୟପୁର, ଦେହରାଡୁନ୍, ଆଗ୍ରାକୁ କେବଳ ଏକ ଟଙ୍କାରେ ଯାତ୍ରା କରିବାର ସୁଯୋଗ ପାଇବେ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ କମ୍ପାନୀ ଏହି ଅଫର ନେଇଛି । ଏହି ଅଫର ଅନୁଯାୟୀ ଯାତ୍ରୀମାନେ କେବଳ ଗୋଟିଏ ଟଙ୍କାରେ ଚୟନ ଗନ୍ତବ୍ୟସ୍ଥଳ ପାଇଁ ଟିକେଟ ବୁକ୍ କରିପାରିବେ । ଏଥିପାଇଁ ଆଗୁଆ ବୁକିଂର ବ୍ୟବସ୍ଥା ମଧ୍ୟ ରହିଛି ।

Related posts

ଏନଡ଼ିଏର ସିଟି ସେୟାରିଂ ଘୋଷଣା

mahabharatanews

ସ୍ପାଇସଜେଟ୍ କ୍ୟାବିନରେ ଧୂଆଁ

mahabharatanews

ଦିଲ୍ଲୀରେ ଶୀତ ଲହରି ଜାରି 

mahabharatanews