ଓଡିଶା

ଟ୍ରକ ପଛପଟେ ପିଟି ହେଲା ଟ୍ରାଭେଲର, ୩ ମୃତ ୧୦ ଗୁରୁତର

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଶେରଗଡ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ପଛରେ ଟ୍ରାଭେଲର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ପୁରୀ ବାଲିସାହିର ଗୋଟିଏ ପରିବାର ତାଙ୍କର କିଛି ବନ୍ଧୁବାନ୍ଧବଙ୍କୁ ନେଇ ଦେବକୁଣ୍ଡ ଯାଉଥିଲେ । ଟ୍ରାଭେଲରରେ ମୋଟ ୨୫ ଜଣ ଯାତ୍ରୀ ଥିଲେ । ତେବେ ଶେରଗଡ ପେଟ୍ରୋଲ ପମ୍ପ ନିକଟରେ ଗାଡି ଭାରସାମ୍ୟ ହରାଇ ଏକ ଟ୍ରକ ପଛରେ ପିଟି ହୋଇଥିଲା । ଟ୍ରକଟି ରାସ୍ତାରେ ଛିଡା ହୋଇଥିବା ବେଳେ ଟ୍ରାଭେଲରଟି ଏହା ପଛରେ ଜୋରରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା ।

Related posts

ଗତ ୨୪ ଘଣ୍ଟାରେ ୯୬,୪୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୭୪ ମୃତ

mahabharatanews

ଜ୍ୱର, ଫ୍ଲୁ ଚିକିତ୍ସା ପାଇଁ ୧୬ ହସ୍ପିଟାଲ ତାଲିକା ଜାରି

mahabharatanews

ପାରିବାରିକ କଳହରୁ ହତ୍ୟାକାଣ୍ଡ

mahabharatanews