ଓଡିଶା

ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ମେଳି

(ମହାଭାରତ, ଚିତ୍ରକୋଣ୍ଡା): ସରକାରଙ୍କ ବିରୋଧରେ ମେଳି କରି ପୁଣି ଗର୍ଜିଛନ୍ତି ସ୍ୱାଭିମାନ ଅଞ୍ଚଳର ଶତାଧିକ ଆଦିବାସୀ । ସେମାନଙ୍କର ଦାବି ଗୁଡିକୁ ପୂର୍ବରୁ ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର ସେଗୁଡିକୁ ପୂରଣ କରୁ ନଥିବାରୁ ସୋମବାର ଅପରାହ୍ନରେ ମାଲକାନାଗିରି ଜିଲ୍ଲା ଯୋଡାମ୍ଭ ପଞ୍ଚାୟତର ହନ୍ତାଳଗୁଡା ଠାରେ ବହୁ ସଂଖ୍ୟାରେ ଆଦିବାସୀ ଏକଜୁଟ ହୋଇଥିଲେ । ସ୍ୱାଭିମାନ ଅଞ୍ଚଳର ୭ଟି ପଞ୍ଚାୟତର ଆଦିବାସୀମାନେ ଏକତ୍ରିତ ହୋଇ ସରକାରଙ୍କ ବିରୋଧରେ ନାରା ଦେଇଥିଲେ ।
ହନ୍ତାଳଗୁଡା ଠାରେ ମୁଖ୍ୟ ରାସ୍ତା ନିର୍ମାଣ କରିବା ପୂର୍ବରୁ ପଞ୍ଚାୟତଗୁଡିକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ପ୍ରଥମେ ନିର୍ମାଣ କରାଯିବା ନିମନ୍ତେ ସେମାନେ ଦାବି ଜଣାଇଥିଲେ । ସରକାର ସେମାନଙ୍କ ଦାବିଗୁଡିକ ପ୍ରତି ଧ୍ୟାନ ନଦେଲେ ଆଗକୁ ହନ୍ତାଳଗୁଡା ରାସ୍ତା ଅବରୋଧ କରାଯିବ ବୋଲି ଆଦିବାସୀମାନେ କଡା ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନକାରୀ ଆଦିବାସୀମାନେ ଦୀର୍ଘ ୨ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ହନ୍ତାଳଗୁଡା ପରିକ୍ରମା କରିଥିଲେ । କିନ୍ତୁ ଏବେ ଶହୀଦ ସପ୍ତାହ ପାଳନ ହେଉଥିବାରୁ ପ୍ରଶାସନ ତରଫରୁ କୌଣସି ପଦାଧିକାରୀ ସେମାନଙ୍କ ସହ ଆଲୋଚନା ନିମନ୍ତେ ପହଞ୍ଚି ନଥିଲେ । ଫଳରେ ସେମାନେ ନିରାଶ ହୋଇ ଫେରି ଯାଇଥିବା ଜଣାଯାଇଛି ।

Related posts

ଆଜିଠୁ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ

mahabharatanews

ଲଗାଣ ବର୍ଷାରେ ବେହାଲ ସୂର୍ଯ୍ୟ ମନ୍ଦିର

mahabharatanews

ବିନା ସିସିଟିଭି କ୍ୟାମେରାରେ ବାତିଲ ହେବ ପରୀକ୍ଷା କେନ୍ଦ୍ର

mahabharatanews