ଭାରତ

ଥମୁନି ମଣିପୁର ହିଂସା : ଜଣେ ଦଙ୍ଗାକାରୀ ମୃତ  

(ମଣିପୁର) : ଦିନକୁ ଦିନ ମଣିପୁର ହିଂସା ଥମିବାର ନାଁ ନେଉନାହିଁ ଅସ୍ତ୍ରଶସ୍ତ୍ର ଲୁଟ୍‌ କରିବା ଉଦ୍ଦେଶ୍ୟରେ ମଣିପୁରେ ‘ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌’ (ଆଇଆର୍‌ବି) ଉପରେ ଆକ୍ରମଣ କରିଥିବା ଦଳେ ଉତ୍ତ୍ୟକ୍ତ ଜନତାଙ୍କୁ ମଙ୍ଗଳବାର ଦିନ ସୁରକ୍ଷା ବଳ ବାଧା ଦେବା ବେଳେ ଉପୁଜିଥିବା ସଂଘର୍ଷ ଯୋଗୁଁ ଜଣେ ଦଙ୍ଗାକାରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି  ।

ସୂଚନାନୁଯାୟୀ,ମଣିପୁରର ଥୌବାଲ୍‌ ଜିଲ୍ଲାରେ ଥିବା ‘ଆଇଆର୍‌ବି’ ପୋଷ୍ଟ ନିକଟରେ ବହୁସଂଖ୍ୟକ ଉତ୍ତ୍ୟକ୍ତ ଜନତା ଏକାଠି ହୋଇଥିବା ବେଳେ ଉକ୍ତ ଅଘଟଣ ଘଟିଥିଲାମଣିପୁରର ଥୌବାଲ୍‌ ଜିଲ୍ଲାର ଖାଙ୍ଗୋବୋକ୍‌ସ୍ଥିତ ‘ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌’ରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ ଉଦ୍ୟମକୁ ସେନା ବାଧା ଦେବାରେ ସଫଳ ହୋଇଛିଏହି ବିଫଳ ପ୍ରୟାସରେ ଜଣେ ଦଙ୍ଗାକାରୀଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଅଳ୍ପ କେତେଜଣ ଆହତ ହୋଇଛନ୍ତି ବୋଲି ସେନା କହିଛି। ରାଜ୍ୟରେ ପ୍ରାୟ ୧୧୮ଟି ଚେକ୍‌-ପଏଣ୍ଟ୍‌ ସ୍ଥାପନ କରାଯାଇଛି।

Related posts

ଦିଲ୍ଲୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୫୬ ମୃତ

mahabharatanews

ଫିଲ୍ମ ଷ୍ଟାଇଲରେ ଏମବିଏ ଛାତ୍ରଙ୍କୁ ଏନକାଉଣ୍ଟର

mahabharatanews

ରାହୁଲଙ୍କ ‘ଯାତ୍ରା’ରେ ପୁଣି ଏକ ସଡ଼କ ଦୁର୍ଘଟଣା

mahabharatanews