ଓଡିଶା

ଦୁଇ ପିକ୍ଅପ୍ ଭ୍ୟାନକୁ ପିଟିଲା ଟ୍ରକ୍, ଡ୍ରାଇଭର ମୃତ

(ମହାଭାରତ, କେନ୍ଦୁଝର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେଙ୍କଡାଘର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇଟି ପରିବା ବୋଝେଇ ପିକ୍ଅପ୍ ଭ୍ୟାନକୁ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ଭ୍ୟାନ୍ର ଦୁଇ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ତେେବେ ମୃତକ ଦ୍ୱୟଙ୍କର ପରିଚୟ ମିଳିନାହିଁ । ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନେଙ୍କଡାଘର ନିକଟରେ ୨ଟି ପରିବା ବୋଝେଇ ପିକ୍-ଅପ୍ ଭ୍ୟାନ ଖରାପ ଥିବାରୁ ଛିଡା ହୋଇଥିଲା । ବିଳମ୍ବିତ ରାତିରେ ଗାଡି ଦୁଇଟିର ଡ୍ରାଇଭର ଦୁହେଁ ଭ୍ୟାନ୍କୁ ସଜାଡୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍ ସେଠାରେ ପୂର୍ବରୁ ଛିଡା ହୋଇଥିବା ପିକ୍ଅପ୍ ଭ୍ୟାନ ଦୁଇଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଭ୍ୟାନ ଦୁଇଟିର ଚାଳକ ଦୁହେଁ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣ।।ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ସମ୍ବଲପୁର ଜିଲ୍ଲା ପିଥମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

mahabharatanews

ବନ୍ୟା କ୍ଷୟକ୍ଷତି; ୧୫ ଜିଲ୍ଲାରୁ ୧.୨୦ଲକ୍ଷ ଲୋକ ପ୍ରଭାବିତ 

mahabharatanews

ବିବାଦୀୟ ଅଡିଓ କ୍ଲିପ ମାମଲା: ଦୁଇ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ

mahabharatanews