ପାଲଲହଡା: ଜେଲ ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ବଡ଼ଭାଇକୁ ମରଣାନ୍ତକ ଆକ୍ରମଣ କରି ସାନ ଭାଇ ବସନ୍ତ ମହାକୁଳ ଗତ ମାର୍ଚ୍ଚ ୩୧ ତାରିଖରେ ପାଲଲହଡା ପୋଲିସ ଦ୍ୱାରା ଗିରଫ ହୋଇ ବିଚାରଧୀନ କଏଦୀ ଭାବରେ ପାଲଲହଡା ଉପକାରାଗାରରେ ରହିଥିଲା। ଠିକ ସେଇଭଳି ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ ସାନ ଭଉଣୀର ମୁଣ୍ଡ ଫଟାଇ ଥିବା ଅଭିଯୋଗରେ ଖମାର ପୋଲିସ ଦ୍ୱାରା ଗତ ଜୁନ ୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ନେଣ୍ଟୁ ନାଏକ ମଧ୍ୟ ପାଲଲହଡା ଉପକାରାଗାରରେ ବିଚାରଧୀନ କଏଦୀ ଭାବରେ ବନ୍ଦୀ ଥିଲା। ଉଭୟ ଦୁଇଜଣ ଆଜି ରାତିରେ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ପାଲଲହଡା ଜେଲର ସସ୍ମିତା ବେହେରା ସୂଚନା ଦେଇଛନ୍ତି।
previous post
next post
