ଓଡିଶା

ବନବିଭାଗର ଅବହେଳା ଯୋଗୁଁ ମାସକରେ ଗଲାଣି ଦୁଇ ଜୀବନ

ଲାଞ୍ଜିଗଡ଼ ୦୪/୧୧ (ମହାଭାରତ) କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି l ଦିନକୁଦିନ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗୁଥିବା ବେଳେ ହାତୀ ମଣିଷ ଲଢେଇ ଭିତରେ ମାସକରେ ଗଲାଣି ଦୁଇ ନିଷ୍ପାପ ନିରୀହ ଜୀବନ l ଜଙ୍ଗଲୀ ହାତୀ ଭୟରେ ଦୁର୍ଗମ ଅଞ୍ଚଳ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ନିନ୍ଦାବିଷ୍ଣୁ ସାଜି ଚୁପଚାପ ରହିଛି ବନବିଭାଗ l ବନବିଭାଗର ଉଦାସୀନତା ଓ ଅପାରଗତ ଯୋଗୁଁ କିଛି ଦିନହେବ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀ କେତେବେଳେ ମୁଖ୍ୟରାସ୍ତା ଉପରେ ବୁଲୁଚି ତୋ, ଆଉ କେତେବେଳେ ଗାଁ ମୁହାଁହୋଇ ଘରଦ୍ୱାରା ଭାଙ୍ଗୁବା ସହିତ ଫସଲ ନଷ୍ଟ କରୁଛି l ହାତୀର ଗତିବିଧି ଉପରେ ଲକ୍ଷ ରଖିବା ପାଇଁ ଏଲିଫେଣ୍ଟ ସ୍କ୍ୱାଡ଼ ଅଛନ୍ତି କିନ୍ତୁ ନାମକୁ ମାତ୍ର I ହାତୀର ଗତିବିଧି ଉପରେ ବନବିଭାଗ ପାଖରେ ସବୁ ଖବର ରହିଥିଲେ ମଧ୍ୟ୍ୟ ବିଭାଗ ଦେଖ ଶୁଣ ଚୁପ ରୁହ ନୀତି ଅବଲମ୍ବନ କରୁଛି ଯାହାଦ୍ୱାରା ଅନେକ ଧନଜୀବନ ନଷ୍ଟ ହେଉଛି l କିଛି ଦିନ ତଳେ ବିଜେପୁର ଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସଳପକନା ଆମଗୁଡା ନିକଟସ୍ଥ ଜଙ୍ଗଲରେ ଏକଟିକିଆ ଦନ୍ତାହାତୀ ଘୁରି ବୁଲୁଥିଲା ସେହି ସମୟରେ ଯଦି ବନବିଭାଗ ତତ୍ପରତା ଦେଖାଇ ଲୋକଙ୍କୁ ସଚେତନତା କରିବା ସହିତ ହାତୀକୁ ଘଉଡାଇବାର ବ୍ୟବସ୍ଥା କରିଥାନ୍ତେ ତାହାହେଲେ ନିଷ୍ପାପ ଶିଶୁ ରବି ମାଝୀ (୫)ଙ୍କ ଜୀବନ ଯାଇ ନଥାନ୍ତା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି l ସୂଚନାନୁସାରେ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗାଁର କାଣୁ ମାଝୀ କିଛି ବର୍ଷ ପୂର୍ବରୁ ନିକଟସ୍ଥ ହରଡ଼ା ଗୁଡIରେ ସ୍ତ୍ରୀ ଓ ତିନି ପୁଅ ପରିବାର ସହିତ ରହି ପୋଡୁ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ l ସୋମବାର ସକାଳ ପ୍ରାୟ ୭ଘଣ୍ଟା ସମୟରେ କାଣୁ ମାଝୀ ଓ ତାଙ୍କ ସ୍ତ୍ରୀ  ଚାଷଜମିକୁ ଯାଇଥିବା ଦୁଇ ପୁଅ ମଧ୍ୟ କିଛି ସମୟ ପରେ ଯାଉଥିଲେ ଏହି ସମୟରେ ନିକଟସ୍ଥ ଜଙ୍ଗଲ ରୁ ଏକ ଦନ୍ତା ହାତୀ ଆସି ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲା l ଘଟଣା ସ୍ଥଳରେ ସାନ ଭାଇ ମୃତ୍ୟୁ ହୋଇଥିବା ବେଳେ ବଡ ଭାଇ ଆହତ ହୋଇପଡ଼ିଥିଲା l ସେହିପରି କିଛି ଦିନ ତଳେ କୁମଖାଲ ପଞ୍ଚାୟତ ଅନ୍ତର୍ଗତ କାତେଲବାୟୁ ଗାଁର ଜଣେ ୧୮ବର୍ଷିୟ ଯୁବକ ଜଙ୍ଗଲକୁ ନିଜ ଗାଈ ଚରାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ତାର ମୃତ୍ୟୁ ଘଟିଥିଲା l ଖବରପାଇ ବିଶ୍ୱନାଥପୁର ଏସିଏଫ ନରୋତ୍ତମ ମାଝୀ, ଲାଞ୍ଜିଗଡ ବନପାଳ ଧରଣୀଧର ପଣ୍ଡା ସମେତ ବନବିଭାଗ ଟିମ ଘଟଣା ସ୍ଥଳରେ ପହଁଚି ଥିଲେ l କିନ୍ତୁ ପରିତାପର ବିଷୟ ନରହନ୍ତା ଦନ୍ତା ହାତୀକୁ ବନବିଭାଗ ଘଉଡାଇବାର କୌଣସି ବ୍ୟବସ୍ଥା ନ କରିଥିବାରୁ ଉକ୍ତ ଅଞ୍ଚଳରେ ହାତୀ ଘୁରି ବୁଲିଛି ଯାହାଦ୍ୱାରା ଅଞ୍ଚଳ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ପୁଣିଥରେ ଉକ୍ତ ଅଞ୍ଚଳରେ ଅଘଟଣ ଘଟିପାରେ ବୋଲି ଅନୁମାନ କରାଯାଉଛି l ତେଵେ ବନବିଭାଗ ଏତିପ୍ରତି ଯଦି ଦୃଷ୍ଟି ନ ଦିଏ ଓ ହାତୀକୁ ଘଉଡାଇବାର ବ୍ୟବସ୍ଥା ନ କରେ ତାହାହେଲେ ଆଗାମୀ ଦିନରେ ରେଞ୍ଜ ଅଫିସ ଘେରାଓ ସହିତ ଭୟIଭୟ ଆନ୍ଦୋଳନ ପାଇଁ ଦାନI ବାନ୍ଧୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି  l

Related posts

ପାଳନ ହୋଇଛି ଗୋଷ୍ଠୀ ସହଭାଗୀତାର ଉତ୍ସବ

mahabharatanews

ଅସୁସ୍ଥ ଅଛନ୍ତି ବରିଷ୍ଠ ନେତା ଦାମ ରାଉତ

mahabharatanews

ପୁଣି ଡେଲାଙ୍ଗରେ ବୋମା ମାଡ

mahabharatanews