ଓଡିଶା

ପାଳନ ହୋଇଛି ଗୋଷ୍ଠୀ ସହଭାଗୀତାର ଉତ୍ସବ

ଗଜପତି/ ବିବେକାନନ୍ଦ ବେହେରା : ସଦର ମହକୁମା ପାରଳାଖେମୁଣ୍ଡିର ଟାଉନ ହଲ ଠାରେ ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ ହୋଇ ଯାଇଛି । ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ତତ୍ୱାବଧାନରେ ହୋଇ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ ଙ୍କ ସହ ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନଟବର ଗରଡ଼ଙ୍କ ସମେତ ବିଭିନ୍ନ ୱାଡ଼ର କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱଚ୍ଛ ସାଥି ସୁପ୍ରଭାଇଜର, ସ୍ୱଚ୍ଛ କର୍ମୀ ଜଳ ସାଥି ଆହାର କେନ୍ଦ୍ର କର୍ମୀ ୫୯ ଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମ ପୌର ପରିଷଦ ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

 

Related posts

୨.୭୨ ପ୍ରତିଶତ ସରକାରୀ ସ୍କୁଲରେ ଇଣ୍ଟରନେଟ ସଂଯୋଗ

mahabharatanews

ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ପାଇଁ ବୋଲଗଡ ଯୁବଶକ୍ତି ପକ୍ଷରୁ କ୍ୟଣ୍ଡେଲ ଶୋଭାଯାତ୍ରା

mahabharatanews

ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ଓ୍ଵାର୍ଣ୍ଣିଂ ଜାରି

mahabharatanews