(ଭୁବନେଶ୍ୱର) ; ଗ୍ଲାମର ଦୁନିଆରେ ପୁଣି ନିଜର ଚମକ ଦେଖାଇଲେ ଦୁଇ ଓଡିଆ ସୁନ୍ଦରୀ । ମୁମ୍ବାଇ ଅନ୍ଧେରୀ ଓେଷ୍ଟଠାରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆନ୍ ଷ୍ଟାର୍ସ୍ ଆୱାର୍ଡ- ଗ୍ଲୋବାଲ୍ ଇଣ୍ଡିଆ ଡିଭାଇନ୍ ଫ୍ୟାସନ୍ ସୋ’ । ଏଥିରେ ମିସ୍ ଓ ମିସେସ୍ ଗ୍ଲୋବାଲ ଇଣ୍ଡିଆ ଡିଭାଇନ୍ ପ୍ରତିଯୋଗିତାରେ ଓଡିଆ ମଡେଲ ସଂସ୍କୃତି ସାମଲ ଓ ଅନୀତା ପାତ୍ର ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ଏହି ପ୍ରତିଯୋଗୀଙ୍କୁ ଷ୍ଟାର୍ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି ।ଏହାସହ ଅନୀତା ବ୍ରାଣ୍ଡ ଆମ୍ବାସାଡାର ଟାଇଟଲ କ୍ରାଉନ ପିନ୍ଧିଛନ୍ତି । ବଲିଉଡ୍ ଅଭିନେତ୍ରୀ ଆରତୀ ନାଗପାଲଙ୍କ ସହ ସେ ରାମ୍ପ୍ ୱାକ୍ ମଧ୍ୟ କରିଥିଲେ । ତାଙ୍କ ସହ ସଂସ୍କୃତି ସାମଲ ମଧ୍ୟ କ୍ରାଉନ ପିନ୍ଧିଛନ୍ତି । ଫ୍ୟାସନ୍ ଜଗତରେ ସଫଳତାର ପାହାଚ ଚଢିଛନ୍ତି ସଂସ୍କୃତି ।ମଙ୍ଗଳବାର ଭୁବନେଶ୍ବର ବିମାନବନ୍ଦରରେ ଦୁଇ ପ୍ରତିଯୋଗୀ ପହଞ୍ଚିଥିବାବେଳେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଷ୍ଟାର୍ ଆଓ୍ବାର୍ଡରେ ସମ୍ମାନିତ ହୋଇଥିବା ସଂସ୍କୃତି ସାମଲ କହିଛନ୍ତି, ସେ ଏଥିପାଇଁ ବେଶ୍ ଖୁସି ଅଛନ୍ତି । ସେ କେବେ ଭାବିନଥିଲେ ସେ ପ୍ରଥମ ରନର୍ସ ଅପ୍ ହେବେ ବୋଲି । ଏହି କ୍ରାଉନ ପାଇ ସେ ବହୁତ ଖୁସି ଅଛନ୍ତି । ଆହୁରି ମଧ୍ୟ ସେ କହିଛଣ୍ତି କଠିନ ପରିଶ୍ରମ ହିଁ ସଫଳତାର ପାହାଚ ଆଣିଦିଏ । ଏବଂ ତାଙ୍କ ମେଣ୍ଟର ଅନିତା ପାତ୍ରଙ୍କ ଠାରୁ ସେ ପ୍ରେରିତ ହୋଇଥିବା ମଧ୍ୟ କହିଛନ୍ତି ।