ଭାରତ

ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

(ଜାମ୍ମୁ କାଶ୍ମୀର) : ସେନାକୁ ମିଳିଛି ବଡ଼ ସଫଳତା । ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ଶୋପିଆନ୍ ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ  ଶୋପିଆନ୍ ଜିଲ୍ଲାର ଆଲିସିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି ।

 

ସୂଚନାନୁଯାୟୀ , ଆତଙ୍କବାଦୀଙ୍କ ଯୋଜନାକୁ ସୁରକ୍ଷା ବାହିନୀ ଫଣ୍ଡ କରିଛନ୍ତି । ସୋମବାର ରାତିରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଏନକାଉଣ୍ଟରରେ ସୁରକ୍ଷା କର୍ମୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଏନକାଉଣ୍ଟର ଶେଷ ହେବା ପରେ  ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ସୁରକ୍ଷା କର୍ମୀ ନିଜର ଅପରେସନ୍ ଜାରି ରଖିଛି ।

Related posts

ଧାରା ୧୪୨ ଆଧାରରେ ତତ୍କାଳ ମିଳିପାରିବ ଛାଡ଼ପତ୍ର

mahabharatanews

ଦେଶରେ କରୋନା ସଂକ୍ରମଣ ବଢିଚାଲିଛି;୨୪ ଘଣ୍ଟାରେ ୧୦,୧୫୮ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ମଧ୍ୟପ୍ରଦେଶ-ଛତିଶଗଡ଼ରେ ସରିଲା ପ୍ରଚାର

mahabharatanews