ଓଡିଶା

କାର ଓ ବାଇକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

(ଦୀପକ ମିଶ୍ର/ଉଦଳା): କାର ଏବଂ ବାଇକକୁ ପିଟିଲା ୧୦୮ ଆମ୍ବୁଲାନ୍ସ । ସୁଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ପୁରୁଣାପାଣି ଛକ ଠାରେ କାର ଏବଂ ବାଇକକୁ ଏକ ୧୦୮ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହି ଆହତ ହୋଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦିନ ୧୨ଟା ସମୟରେ ଏକ ୧୦୮ ଆମ୍ବୁଲାନ୍ସ ଉଦଳାରୁ କପ୍ତିପଦା ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ଏବଂ ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବାଇକ ଚାଳକ ବାଇକ ସହ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ଉକ୍ତ କାରଟି ଭୁବନେଶ୍ୱରରୁ ଏକ ଭଡାରେ ତିନି ଜଣ ଯାତ୍ରୀଙ୍କୁ ନେଇ ଉଦଳା ଅଞ୍ଚଳକୁ ଆସୁଥିବାର କାର ଡ୍ରାଇଭର ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ କାର ଏବଂ ଆମ୍ବୁଲାନ୍ସର ଆଗ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଉଦଳା ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

Related posts

ରାଇସ ମିଲ ପ୍ରତିଷ୍ଠା ଲାଗି ପଞ୍ଜିକରଣ ଆବଶ୍ୟତା ନାହିଁ : ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ

mahabharatanews

ବହଳଦା ବ୍ଲକରୁ ଉଦ୍ଧାର ହେଲା ଗୁପ୍ତଚର ପାରା, ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀ

mahabharatanews

ବାଇକ୍ କୁ ଧକ୍କା ଦେଲା ଟ୍ରକ, ୧ ମୃତ

mahabharatanews