ଖେଳ

ପନ୍ତଙ୍କୁ ଅମ୍ପାୟାର ଦେଲେ ଚେତାବନୀ

ଲର୍ଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବ୍ୟକଫୁଟରେ ରହିଛି ଭାରତୀୟ ଦଳ । ୭୮ ରନରେ ଅଲାଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୩୪୫ ରନର ଅଗ୍ରଣୀ । ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୪୨୩-୮ ରନ କରି ମଜଭୁତ ସ୍ଥିତିରେ ରହିଛି । ତେବେ ଏହି ସମୟରେ ଭାରତୀୟ ୱିକେଟ କିପର ରିଷଭ ପନ୍ତଙ୍କୁ ନେଇ ବିବାଦ ଦେଖାଦେଇଛି । ନିଜ ଗ୍ଲୋଭସରେ ଟେପ ଲଗାଇଥିବାରୁ ମ୍ୟାଚ ପରିଚାଳନା କରୁଥିବା ଅମ୍ପାୟାର ତାଙ୍କୁ ତାଗିଦ କରିଛନ୍ତି ।
ମ୍ୟାଚର ଦ୍ୱିତୀୟ ଦିନରେ ଦ୍ୱିତୀୟ ସେସନର ଶେଷ ବଲରେ ପନ୍ତ ଧରିଥିଲେ ଡାଭିଡ ମଲାନଙ୍କ କ୍ୟାଚ । ଏହି ସମୟରେ ମ୍ୟାଚରେ ହୋଇଥିଲା ବିବାଦର ଆରମ୍ଭ । ମଲାନଙ୍କ କ୍ୟାଚ ଧରିବା ସମୟରେ ପନ୍ତ ହାତରେ ପିନ୍ଧିଥିବା ଗ୍ଲୋଭସ ଉପରେ ଅମ୍ପାୟାରଙ୍କ ନଜର ପଡିଥିଲା । ଯେଉଁଥିରେ ଟେପ ଲାଗିଥିଲା । ଏହାପରେ ଅମ୍ପାୟାର ତାଙ୍କୁ ତାଗିଦ କରିଥିଲେ ଏବଂ ତୃତୀୟ ସେସନରେ ଏହି ଟେପ ହଟାଇବାକୁ କହିଥିଲେ ।


ଏହି ଟେପଟି ପନ୍ତଙ୍କ ଗ୍ଲୋଭସର ଚତୁର୍ଥ ଏବଂ ପଞ୍ଚମ ଆଙ୍ଗୁଠି ମଧ୍ୟରେ ରହିଥିଲା । ଯାହା ଆଇସିସି ନିୟମ ବିରୁଦ୍ଧ । ଆଇସିସି ନିୟମ ଅନୁଯାୟୀ ଟେପ କେବଳ ବୁଢା ଆଙ୍ଗୁଠି ନିକଟରେ ରହି ପାରିବ । ଏହାକୁ ନେଇ କମେଣ୍ଚ୍ରି କରୁଥିବା ନାସିର ହୁସେନ ଓ ଡେଭିଡ୍ ଲାୟଡ୍ କହିଥିଲେ ଯେ, ଅମ୍ପାୟାର ମଲାନଙ୍କୁ ଆଉଟ ଦେବା କଥା ନୁହେଁ । ସେ ତାଙ୍କୁ ପୁଣି କ୍ରିଜକୁ ଫେରାଇ ଆଣିବା କଥା । କାରଣ ଓ୍ୱିକେଟ୍ କିପର ପନ୍ତ ବେଆଇନ ଭାବେ ଗ୍ଲୋଭସରେ ଟେପ୍ ଲଗାଇ କ୍ୟାଚ୍ ଧରିଥିଲେ ।

Related posts

ବିଶ୍ୱକପ ହକି : ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତ

mahabharatanews

ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ୍ଡା ଟକ୍କର

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

mahabharatanews

Leave a Comment