ଓଡିଶା

ଅଜଣା ଶବ ଉଦ୍ଧାର, ପୋଡି ମାରିଥିବା ସନ୍ଦେହ

କେନ୍ଦ୍ରାପଡ଼ା/ ମହେଶ ପାଢ଼ୀ: କେନ୍ଦ୍ରାପଡାରୁ ଲକ ନିକଟରୁ ଅଚିହ୍ନା ଶବ ଉଧାର । ଶବକୁ ଚିହିଁବା ତ ଦୂରର କଥା, ଦେଖିବା ମୁସ୍କିଲ ହୋଇପଡ଼ୁଛି। ଘଟଣା ଅନୁଯାଇ, କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତର ଲକ ନିକଟରେ ଆଜି ସକାଳୁ ସକାଳୁ ଏକ ଶବ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ଖବର ସ୍ଥାନୀୟ ଅଂଚଳରେ ଖେଳିଯାଇଥିଲା । ଶବ ଟି ୮୦ ପ୍ରତିଶତ ପୋଡ଼ିଯାଇଥିବାରୁ, ଚିହିଁବା ମୁସ୍କିଲ ହୋଇପଡିଛି । କେହି ଏହି ଅଜଣା ବ୍ୟକ୍ତିଙ୍କୁ ପୋଡିବା ପରେ ଏଠାରେ ଆଣି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ସଦର ପୋଲିସକୁ ଖବର ଦେଇଥିଲେ । ଶବ ବ୍ୟବଚ୍ଚେଦ ପାଇଁ ପଠାଇବା ସହ ପୋଲିସ ଘଟଣାର ତଦନ୍ତ କରୁଛି । ଶବ ଟିକୁ କିଏ ଆଣି ଫୋପାଡ଼ିଲା, କାହିଁକି ମାରିଲା, ଏଯାଏ ଅସ୍ପଷ୍ଟ।

Related posts

ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ତାରର ଲେଜର ସ୍କାନିଂ

mahabharatanews

ପିଆସିଟିରେ ଠିକା ଶ୍ରମିକଙ୍କ ଆନ୍ଦୋଳନ ଚେତାବନୀ

mahabharatanews

ବାହାରିଲା ଶ୍ରୀମନ୍ଦିରରୁ ମହାପ୍ରସାଦ 

mahabharatanews