ମହିଳାଙ୍କୁ ବଡ଼ ଭେଟି ଦେଇଛନ୍ତି ନିର୍ମଳା ସୀତାରମଣ । ଆଜି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍ରେ ଯୁବ, ମହିଳା ଓ ଗ୍ରାମୀଣ ବିକାଶର ଝଲକ ଦେଖିବାକୁ ମିଳୁଛି । ମହିଳାଙ୍କ ବିକାଶ ପାଇଁ ୩ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି ସୀତାରମଣ ।
କମକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବା ସକାଶେ ଦେଶରେ କର୍ମଜୀବୀ ମହିଳାଙ୍କ ପାଇଁ ଅଧିକ ହଷ୍ଟେଲ୍ କରାଯିବ । ଏହି ସାଧାରଣ ବଜେଟ୍ରେ କୌଶଳ ପ୍ରଶିକ୍ଷଣକୁ ନେଇ କି ମଧ୍ୟ ଭିନ୍ନ ଭିନ୍ନ ଯୋଜନାର ଘୋଷଣା କରାଯାଇଛି । ସେହିପରି ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରି ଏମ୍ଏସ୍ଏମ୍ଇ ସହିତ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି।
ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି। ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ପାଇଁ ଲକ୍ଷ୍ୟ ରଖାଯାଇଛି। ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା ହୋଇଛି । ବିକଶିତ ଭାରତକୁ ବଜେଟରେ ପ୍ରାଥମିକତା ଦିଆଯିବ ।