ଭାରତ

ଶ୍ରୀରାମ ଜନ୍ମୋତ୍ସବ: ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

 (ଅଯୋଧ୍ୟା) : ୧୭ ତାରିଖରେ ଶ୍ରୀରାମ ଜନ୍ମୋତ୍ସବ। ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିରର ପ୍ରାଣପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ନବନିର୍ମିତ ଭବ୍ୟ ମନ୍ଦିରରେ ଏହି ଉତ୍ସବ ଭବ୍ୟତାର ସହ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି। ଏହି ଦିନ ୨୫ଲକ୍ଷ ଭକ୍ତଙ୍କ ସମାଗମ ଘଟିବା ଅନୁମାନ କରାଯାଉଛି।

ସୂଚନାନୁଯାୟୀ , ଏନେଇ ପୁଲିସ-ପ୍ରଶାସନ ପକ୍ଷରୁ ବ୍ୟପକ ବନ୍ଦୋବସ୍ତ ହୋଇଛି। ସହରର ପ୍ରବେଶ ଓ ନିର୍ଗମନ ପଥକୁ ସୁଗମ କରିବା, ଟ୍ରାଫିକ୍‌ ନିୟନ୍ତ୍ରଣ, ଗ୍ରୀଷ୍ମପ୍ରବାହ ପରିଚାଳନା, ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରାଯାଇଛି। ଅଯୋଧ୍ୟା ଧାମରେ ଏପ୍ରିଲ୍‌ ୯ରୁ ରାମନବମୀ ମେଳା ଆରମ୍ଭ ହୋଇଛି। ଏହା ଏପ୍ରିଲ୍‌ ୧୭, ରାମନବମୀରେ ଶେଷ ହେବ।

Related posts

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ଓ ପିନାକୀ

mahabharatanews

କରୋନା ଠାରୁ ମାରାତ୍ମକ ନିପା ଭାଇରସ

mahabharatanews

ଭୁକମ୍ପରେ ଥରିଲା  ହିମାଚଳ ପ୍ରଦେଶ

mahabharatanews