ସୁନ୍ଦରଗଡ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ସହିତ ଇଣ୍ଟରନେଟ ସେବା ବନ୍ଦ । ଅଶାନ୍ତ ହୋଇପଡିଛି ସୁନ୍ଦରଗଡ । ଗୋ ମାଂସ ଗୁଜବରୁ ହିଂସାକାଣ୍ଡ ଘଟଣା ରେ ଉତ୍ତେଜନା ତେଜିଛି । ଉତ୍ତେଜିତ ଗୋଷ୍ଠୀ ରିଜେଣ୍ଟ ମାର୍କେଟ ଅଞ୍ଚଳରୁ ଉତ୍ତେଜିତ ଗୋଷ୍ଠୀ ଆସି ନାରୀ କଲ୍ୟାଣ କେନ୍ଦ୍ର ନିକଟ ମାଂସ ଦୋକାନ ରେ ମଧ୍ୟ ଭଙ୍ଗା ରୁଜ୍ଜା କରିବା ସହ ଏକ ପିକ ଅପ ଭ୍ୟାନ କୁ ଜାଳି ଦେଇଥିଲେ । ଏହା ସହ ଏକ କାର ଏବଂ ସ୍କୁଟର କୁ ଭାଙ୍ଗି ଦେଇଥିଲେ । ସେଠାରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।
ତେବେ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଆଜି ସୁନ୍ଦରଗଡ଼ ସହରରେ ବନ୍ଦ ରହିବ ସ୍କୁଲ ଓ କଲେଜ । ହିଂସାକାଣ୍ଡ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଓ କଲେଜ ଆଜି ବନ୍ଦ ରହିବ। କୌଣସି ଏକ ଗୁଜବକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଉତ୍ତେଜନା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି, ଏସପି, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।
