ଓଡିଶା

ଅପ୍ରେଲ ୧୪ ତାରିଖରୁ ୨୦ ତାରିଖ ଯାଏ ପାଳନ କରାଯିବ ଅଗ୍ନିଶମ ସେବା ସପ୍ତାହ

ପୁରୀ : ଅପ୍ରେଲ ୧୪ ତାରିଖରୁ ୨୦ ତାରିଖ ଯାଏ ଅଗ୍ନିଶମ ସେବା ସପ୍ତାହ ଭାବେ ପାଳନ କରାଯାଏ । ଅଗ୍ନିକାଣ୍ଡ କିଭଳି ରୋକିହେବ , କିଭଳି ଧନ ଜୀବନ ନଷ୍ଟ ହେବା ରୋକିହେବ ସେ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଏହି ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଏ । ଏହି କ୍ରମରେ ପୁରୀରେ ମଧ୍ୟ ଅଗ୍ନିଶମ ସେବା ସପ୍ତାହ ଅଗ୍ନିସମ ବାହିନୀ ପକ୍ଷରୁ ପାଳନ କରାଯାଇଛି । ବଡ଼ଦାଣ୍ଡ ରେ ଥିବା ବିଭିନ୍ନ ସପିଂ ମଲ ରେ ଏ ନେଇ ମକ ଡ୍ରିଲ କରାଯାଇ ଥିଲା ।

ହଠାତ ନିଆଁ ଲାଗିଲେ କିଭଳି ନିଆଁ ଲିଭା ଯନ୍ତ୍ର ରେ ନିଆଁ କୁ ଆୟତ୍ତ କରାଯିବ ସେ ସପିଂ ମଲ ର ସୁରକ୍ଷା କର୍ମୀଙ୍କୁ ତାଲିମ ଦିଆଯାଇ ଥିଲା। ସେହି ନିଆଁ ଲାଗିଲେ ଲୋକ ଙ୍କୁ କିଭଳି ଉଧାର କରିହେବ , ଦିବ୍ୟଙ୍ଗ ଲୋକ ଥିଲେ କିଭଳି ଉଧାର କରିହେବ , ସପିଂ ମଲ ର ପ୍ରସ୍ଥାନ ଦ୍ୱାର କିଭଳି ରହିବ , ସବୁ ମକ ଡ୍ରିଲ ରେ ଦର୍ଶାଯାଇଥିଲା । ଏହା ଦ୍ୱାରା ଅଗ୍ନିକାଣ୍ଡ ବେଳେ ନିଜ କୁ କିଭଳି ସୁରକ୍ଷିତ ରଖିହେବ ସେ ନେଇ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Related posts

ଆଜି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କ ଅନ୍ତିମ ସନ୍ଧ୍ୟା ଦର୍ଶନ

mahabharatanews

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

mahabharatanews

ହିଟ୍ ୱେଭ ନେଇ ଆଜି ୧୩ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

mahabharatanews