ଓଡିଶାରାଜନୀତି

ରାଜ୍ୟରେ ଅପଗ୍ରେଡ ଶହେ ହାଇସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ଶହେଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ। ରାଜ୍ୟରେ ଡ୍ରପଆଉଟ ରୋକିବା ପାଇଁ ଗଣଶିକ୍ଷା ବିଭାଗ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଯେଉଁ ବ୍ଲକରେ ଯୁକ୍ତ ଦୁଇ କଲେଜ ନାହିଁ ସେଠାରେ ଅପଗ୍ରେଡ କରାଯିବ। ଝିଅ ପିଲାମାନଙ୍କର ପାଠପଢାର ବିଶେଷ ସୁବିଧା ନେଇ ଯୋଜନା କରାଯାଇଥିବା ମନ୍ତ୍ରୀ କହିଛନ୍ତି।
ମାଟ୍ରିକ୍ ପାସ ପରେ ନିକଟରେ ଯୁକ୍ତଦୁଇ କଲେଜ ନଥିବାରୁ ପିଲାମାନେ ଅଧାରୁ ପାଠ ଛାଡ଼ି ଦେଉଥିବା ଦେଖିବାକୁ ମିଳୁଛି। ଅପଗ୍ରେଡ୍ ବ୍ୟବସ୍ଥା ଫଳରେ ପିଲାଙ୍କର ବିଶେଷ ସୁବିଧା ହେବ। ଏନେଇ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତି ଚାଲିଛି ବୋଲି ବିଦ୍ୟାଳ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୦୨୧ରେ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ୪.୭୫ ପ୍ରତିଶତ ରହିଥିଲା । ୨୦୧୮-୧୯ରେ ଏହି ହାର ୬.୯୩ ପ୍ରତିଶତ ରହିଥିଲା। ରାଜ୍ୟର ବହୁ ଅଞ୍ଚଳରେ ଯୁକ୍ତଦୁଇ କଲେଜ ବହୁ ଦୂରରେ ରହିଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଅଧାରୁ ପାଠ ଛାଡ଼ିଥାନ୍ତି। ପାଠ ପଢ଼ା ବନ୍ଦ ହେବା ପରେ ପିଲାମାନେ ଘର କାମ ଓ ଅନ୍ୟାନ୍ୟ କାମ କରିଥାନ୍ତି।

Related posts

୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ସମ୍ବଲପୁର ଗସ୍ତ ରେ ରାଜ୍ୟପାଳ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews