ମନୋରଞ୍ଜନ

ଡାକ୍ତରଖାନାରେ ଉର୍ଫି

ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ସେ ହସ୍ପିଟାଲ ବେଡରେ ବସିଥିବା ଦେଖାଯାଇଛି। ଏହା ସହ ତାଙ୍କ ମୁହଁରେ ଅକ୍ସଜେନ ମାସ୍କ ଲାଗିଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣ ପାଇଁ ‌ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ତାହା ଜଣାପଡ଼ିନାହିଁ। ଉର୍ଫି ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ପରେ ଏହାକୁ ହଟାଇ ଦେଇଥିଲେ।

Related posts

୧୦୦ କୋଟି କ୍ଲବରେ ସାମିଲ ହେଲା  ଫିଲ୍ମ ଟାଇଗର-୩’

mahabharatanews

ଶୀଘ୍ର ବିବାହ କରିବେ ସୁପରଷ୍ଟାର ପ୍ରଭାସ

mahabharatanews

୨.୫ କୋଟି ଟଙ୍କାରେ ନିଲାମ ହେଲା  ମାଇକେଲ୍‌ ଜ୍ୟାକ୍‌ସନଙ୍କ ଜ୍ୟାକେଟ୍

mahabharatanews