(ମୁମ୍ବାଇ) : ଫ୍ରାନ୍ସରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୩ ଆରମ୍ଭ ହୋଇଛି । ମେ ୧୬ – ୨୭ ମେ ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନ ଉର୍ବଶୀ ରାଉତେଲା ରେଡ କାର୍ପେଟରେ ନିଜ ଜଲୱା ଦେଖାଇ ସାରିଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଚଟପଟା ଗସିପ୍ ।
କାନ୍ସରେ ଉର୍ବଶୀ ରାଉତେଲା ଗୋଲାପୀ ରଙ୍ଗର ଡ୍ରେସରେ ଏକ ଦମ୍ ବାର୍ବିଡଲ୍ ପରି ଦେଖାଯାଉଥିଲେ । ତାଙ୍କୁ ଲୁକ୍, ଡ୍ରେସ୍ କିଛି ଫ୍ୟାନ୍ସଙ୍କୁ ପସନ୍ଦ ଆସୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଆଜି ଲାଇମଲାଇଟରେ ଅଛନ୍ତି ଅଭିନେତ୍ରୀ । ହେଲେ ତାଙ୍କ ଡ୍ରେସଠୁ ଅଧିକ ଚର୍ଚ୍ଚା ତାଙ୍କ ହେୟାର ଷ୍ଟାଇଲକୁ ନେଇ ହେଉଛି । ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଉଛି । ହେଲେ ସବୁଠୁ ଭିନ୍ନ ଥିଲା ତାଙ୍କ ନେକଲେସ୍ । ସେ ଝିଟିପିଟି ଷ୍ଟାଇଲର ନେକଲେସ୍ ପିନ୍ଧିଥିବାର ନଜର ଆସିଥିଲେ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଉର୍ବଶୀ ରାଉତେଲା ନିଜ ଗ୍ଲାମରିୟସ୍ ଷ୍ଟାଇଲରେ ଫ୍ୟାନ୍ସଙ୍କୁ କରୁଛନ୍ତି ମତୁଆଲା ।