ମନୋରଞ୍ଜନ

‘ମୁଁ ଏଭଳି ସେଲଫି ପାଇଁ ଟଙ୍କା ନେବି’ : ଉର୍ଫି ଜାଭେଦ

(ମୁମ୍ବାଇ)  : ସର୍ବଦା ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ବଲିଉଡ ଅଭିନେତ୍ରୀ     ଉର୍ଫି ଜାଭେଦ ।  ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି।

ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫିଙ୍କ ସହ‌ ଗୋଟିଏ ଫଟୋ ଉଠାଇବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ  ହେଲେ ଏବେ ଗୋଟିଏ ସେଲଫି ଦେବା ପାଇଁ ଉର୍ଫି ଟଙ୍କା ମାଗିଥିବାର ଦେଖିବାକୁ ମିଳିଛି ।

 

 ସୂଚନାନୁଯାୟୀ, ଉର୍ଫି ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବା ପରେ ଉର୍ଫିଙ୍କୁ ଦେଖି କିଛି ପ୍ରଶଂସକ ତାଙ୍କ ସହ ସେଲଫି କ୍ଲିକ୍ କରିବାକୁ ଆସିଥିଲେ, ଯାହାକୁ ଦେଖି ଅଭିନେତ୍ରୀ ଏକ ମଜାଳିଆ ଢ଼ଙ୍ଗରେ କହିଥିଲେ ଯେ, ଟଙ୍କା ବାହାର କର। ମୁଁ ଏଭଳି ସେଲଫି ପାଇଁ ଟଙ୍କା ନେଇ ଧନୀ ହେବି।’ ୧୦ଟି ଫଟୋ କ୍ଲିକ୍ କରିବା ପାଇଁ ଉର୍ଫି ପ୍ରଶଂସକଙ୍କୁ ୧୦୦ଟଙ୍କା ମାଗିଥିଲେ। ତେବେ ଉର୍ଫି ଥଟ୍ଟା କରି ଏଭଳି କହିଥିବା ବେଳେ ପ‌ରେ ସେ ସମସ୍ତଙ୍କ ସହ ଫଟୋ କ୍ଲିକ୍ କରିଥିବା ଦେଖାଯାଇଥିଲା।

Related posts

ନୂଆ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଧର୍ମେନ୍ଦ୍ର

mahabharatanews

ଉର୍ବଶୀଙ୍କ ମଙ୍ଗଳସୁତ୍ର ଓ ସିନ୍ଦୁର ପିନ୍ଧା ପୋଷ୍ଟକୁ ନେଇ ଟ୍ରୋଲିଙ୍ଗ

mahabharatanews

 ‘ଟାଇଗର୍‌-୩’ କ୍ରେଜ;  ଅଗ୍ରୀମ ୧.୫୦ ଲକ୍ଷ ଟିକେଟ୍ ବିକ୍ରି

mahabharatanews