ଭାରତ

୨୨ରେ ଜି-୨୦ ବୈଠକ, ସୁରକ୍ଷା କଡ଼ାକଡ଼ି

(ଜମ୍ମୁ କାଶ୍ମୀର) : ଆସନ୍ତା ୨୨ ତାରିଖରେ ଜମ୍ମୁ କାଶ୍ମୀରରେ ଜି-୨୦ ବୈଠକ ଅଛି। ଶ୍ରୀନଗରରେ ଏଥିପାଇଁ ପ୍ରସ୍ତୁତ ସରିଛି। ମେ’ ୨୨-୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ଟୁରିଜିମ ୱାର୍କିଂ ଗ୍ରୁପ୍‌ ବୈଠକ ଅଛି। ବିଦେଶ ରାଷ୍ଟ୍ରର ପ୍ରତିନିଧିମାନେ ଏଥିରେ ଯୋଗ ଦେବେ। ଏଥିପାଇଁ ଜମ୍ମୁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 

ସୂଚନାନୁଯାୟୀ ,ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ୪ ଆତଙ୍କବାଦୀ ଆକ୍ରମଣ ହୋଇ ୧୦ ଯବାନ ସହିଦ ହେଲେଣି ଏବଂ ୭ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି। ଜି-୨୦ ବୈଠକ ପୂର୍ବରୁ କିମ୍ବା ଜି-୨୦ ବୈଠକ ସମୟରେ ଆତଙ୍କବାଦୀମାନେ ପୁଣି ଆକ୍ରମଣ ଯୋଜନା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Related posts

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

mahabharatanews

୪୫ ବର୍ଷର ଭାଙ୍ଗିଲା ରେକର୍ଡ, ତାଜମହଲ ଛୁଇଁଲା ଯମୁନା ପାଣି   

mahabharatanews

ଦ୍ଵିତୀୟ ଦିନରେ ‘ଜି୨୦’ ବୈଠକ 

mahabharatanews