ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ୍ । କଲୋରାଡୋରେ ବାୟୁସେନାର କାର୍ଯ୍ୟକ୍ରମ ବେଳେ ଅଭିଭାଷଣ ସାରି ଫେରିବା ବେଳେ ଗୋଡ଼ ଖସିଯିବାରୁ ପଡିଯାଇଥିବା ସୂଚନା ମିଳିଛି । ତେବେ ବାଇଡେନ୍ ସୁରକ୍ଷିତ ଥିବା ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ।
BREAKING: Biden takes a big fall on stage just now at the U.S. Air Force Academy graduation pic.twitter.com/GxkMbpyoNo
— Jake Schneider (@jacobkschneider) June 1, 2023
ସୂଚନାନୁସାରେ, ଗୁରୁବାର ଦିନ ଆମେରିକାର ବାୟୁସେନା ଏକାଡେମୀ ସମାରୋହରେ ଯୋଗଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫେରୁଥିବା ସମୟରେ ଷ୍ଟେଜ୍ ଉପରେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ୮୦ ବର୍ଷିୟ ବାଇଡେନ ପଡିଯାଇଥିଲେ ବାଇଡେନଙ୍କୁ ତୁରନ୍ତ ବାୟୁସେନା ଅଧିକାରୀମାନେ ଉଠିବାରେ ସହାଯ୍ୟ କରିଥିଲେ । ଅନ୍ୟପଟେ ବାଇଡେନ ମଞ୍ଚ ଉପରେ ପଡ଼ିବା ପରେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ।