ଓଡିଶା

 ଆଜି ପବିତ୍ର ଉତ୍କଳ ଦିବସ 

(ଭୁବନେଶ୍ୱର) : ଆଜି ପବିତ୍ର ଉତ୍କଳ ଦିବସ । ଆଜିର ଦିନରେ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳ କରନ୍ତି ପ୍ରତିଟି ଓଡ଼ିଆ । ନିଜକୁ ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି ।

ସୂଚନାନୁଯାୟୀ , ୧୯୩୬ ଅପ୍ରେଲ ୧ ତାରିଖରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା ଓଡ଼ିଶା । ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଆଜିର ଦିନରେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ଆଜିର ଏହି ଖାସ ଦିନ ଅବସରରେ ଓଡ଼ିଶାର ବରପୁତ୍ର ମାନଙ୍କୁ ମନେ ପକାଉଛନ୍ତି ରାଜ୍ୟବାସୀ । ସେହିପରି କିଛି ଅଂଶ ବିହାର ଏବଂ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହିଥିଲା । ପ୍ରଥମେ ନୂତନ ରାଜ୍ୟ ଭାବେ ଗଢି ଉଠିଥିବା ଓଡିଶା ୬ ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହି ଜିଲ୍ଲାଗୁଡିକ ଥିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ । ତେବେ ରାଜ୍ୟର ରାଜଧାନୀ ଥିଲା କଟକ । ୧୯୯୨  ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲା ୩୦ ଜିଲ୍ଲାରେ ପରିଣତ ହୋଇଥିଲା । ୧୯୩୬ ପୂର୍ବର ଇତିହାସ ୧୯୩୬ ପୂର୍ବରୁ ଓଡିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା ।

Related posts

ଶପଥ ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ ନବୀନ

mahabharatanews

ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews

ହାଇଦ୍ରାବାଦରେ କୋରାପୁଟର ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews