ଭାରତ

ଆଜି ସନ୍ଧ୍ୟା ସୁଦ୍ଧା ରେସକ୍ୟୁ ହେବେ ୪୦ ଶ୍ରମିକ

(ଉତ୍ତରକାଶୀ) :  ଏବେ ବି ଟନେଲ୍ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି । NDRF, SDRF, ITBP ଯବାନଙ୍କ ଦ୍ୱାରା ଅପରେସନ ଜାରି ରହିଛି । ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଆଉ ଗୋଟିଏ ଦିନର ସମୟ ଲାଗିପାରେ । ଆଜି ସନ୍ଧ୍ୟା ନଚେଚ୍ ଆସନ୍ତା କାଲି ସକାଳ ସୁଦ୍ଧା ରେସକ୍ୟୁ କରାଯାଇପାରେ । ଏନେଇ ସୂଚନା ଦେଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ।

ସୂଚନାନୁଯାୟୀ , ସେହିପରି ପାଇପ୍ ଯୋଗେ ଖାଦ୍ୟ,ପାନୀୟ ଏବଂ ଅମ୍ଳଜାନ ପଠାଯାଉଛି । ଭୁଶୁଡିଥିୂା ୨୦୦ ମିଟର ଅଞ୍ଚଳରେ ପଡିଥିବା ପଥର କାଟିବାରେ ସାମାନ୍ୟ ଅଗ୍ରଗତି ହୋଇଛି । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ରାସ୍ତା ତିଆରି କରୁଛନ୍ତି । ଟନେଲକୁ ଅବରୋଧ କରୁଥିବା ପ୍ରାୟ ୨୧ ମିଟରର ଏକ ସ୍ଲାବକୁ ହଟାଇ ଦିଆଯାଇଥିବା ବେଳେ ଆଉ ୧୯ ମିଟର ସଫା କରିବା ପାଇଁ ପଡିବ । ଏନେଇ ସୂଚନା ଦେଇଛନ୍ତି ସୁରକ୍ଷା ଅଧିକାରୀ ।

Related posts

ତାଜମହଲରେ ପୁଅର ବୁଦ୍ଧି ପାଇଁ ବଞ୍ଚିଗଲା ବାପାଙ୍କ ଜୀବନ 

mahabharatanews

୯ଟି ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣା

mahabharatanews

ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨

mahabharatanews