Uncategorized

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ନେଇପାରିବେ ଟୀକା

ନୂଆଦିଲ୍ଲୀ: କରୋନା ଟୀକାକରଣରେ ପରିବର୍ତ୍ତନ । ଏଣିକି ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ଟୀକା । ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟୀକାକରଣ ଆସନ୍ତା ଏପ୍ରିଲ ପହିଲାରୁ ଦିଆଯିବ । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ତେଣୁ ୪୫ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଏବେଠାରୁ ନାମ ପଞ୍ଜିକରଣ କରିବାକୁ କୁହାଯାଇଛି । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟୀକା ଦିଆଯିବ ।
ଟୀକାକରଣର ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାମାନଙ୍କୁ ଟୀକା ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକ ଓ ୪୫ରୁ ଉଦ୍ଧ୍ୱର୍ ବୟସର ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କ ଟୀକାକରଣ କରାଯାଇଥିଲା । ଏହି କ୍ରମରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ କୋଟି ୮୫ ଲକ୍ଷ ଲୋକଙ୍କୁ ଟୀକା ଦିଆସରିଛି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ଦ୍ୱିତୀୟ ଡୋଜ ଟୀକା ନେବେ ।

Related posts

୩୭ ବର୍ଷରେ ପାଦ ଥାପିଲେ ସିଦ୍ଧାର୍ଥ

mahabharatanews

ଭୟଭୀତ ହେବାର କିଛି ନାହିଁ: ହରଦୀପ ପୁରୀ

mahabharatanews

ପଶୁଠାରୁ ହୀନ ଦୁର୍ଦ୍ଦଶା ଭୋଗୁଛନ୍ତି କରୋନା ରୋଗୀ: ସୁପ୍ରିମ କୋର୍ଟ

mahabharatanews

Leave a Comment