ଇସଲାମବାଦ: ପାକିସ୍ତାନରେ ହିନ୍ଦୁ ମନ୍ଦିରକୁ ଏକ ଗୋଷ୍ଠୀ ଭାଙ୍ଗି ଦେଇଛି । ଖେବର ପଖତୁନଖ୍ୱା ପ୍ରାନ୍ତର କୋହାଟର କରକ ଜିଲ୍ଲାରେ ବୁଧବାର ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି । ଜିଲ୍ଲା ପୁଲିସ ଅଧିକାରୀ ଇରଫାନ ମରବତ କହିଛନ୍ତି, ମନ୍ଦିର ସମ୍ପ୍ରସାରଣକୁ ବିରୋଧ କରି ଭିଡ ପୁରୁଣା ମନ୍ଦିର ସହ ନୂଆ ମନ୍ଦିରକୁ ନଷ୍ଟ କରି ଦେଇଛନ୍ତି । ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ । ଖେବର ପଖ୍ତୁନଖ୍ୱାର ମୁଖ୍ୟମନ୍ତ୍ରୀ ମହମୁଦ ଖାନ ମନ୍ଦିର ଭଙ୍ଗାଯିବାକୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବର୍ଣ୍ଣନା କରିଛନ୍ତି । ସେ ଏହି ଘଟଣାରେ ପୁଲିସଠାରୁ ରିପୋର୍ଟ ମାଗିଛନ୍ତି ତଥା ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟ ହେଉଛି ଅଳ୍ପ ସଂଖ୍ୟକ । ପାକିସ୍ତାନରେ ୭୫ ଲକ୍ଷ ହିନ୍ଦୁ ବସବାସ କରୁଛନ୍ତି । କିନ୍ତୁ ଦେଶରେ ୯୦ ଲକ୍ଷରୁ ଅଧିକ ହିନ୍ଦୁ ରହୁଥିବା ସରକାରୀ ସୂତ୍ରରୁ ପ୍ରକାଶ । ପାକିସ୍ତାନରେ ହିନ୍ଦୁ ମନ୍ଦିର ଭାଙ୍ଗିବା ପରି ଘଟଣା ଅଧିକାଂଶ ସମୟରେ ସାମ୍ନାକୁ ଆସିଥାଏ । ଗତମାସରେ ସିଂଧର ଏକ ମନ୍ଦିର କଟ୍ଟରପନ୍ଥୀଙ୍କ ଦ୍ୱାରା ଭଙ୍ଗା ଯାଇଥିଲା । ଏହି ଘଟଣା ପୁରୁଣା କରାଚିର ଶୀତଳଦାସ ଅଞ୍ଚଳରେ ହୋଇଥିଲା । ସେହି ମନ୍ଦିର ନିକଟରେ ପ୍ରାୟ ୩୦୦ ହିନ୍ଦୁ ପରିବାର ରହିଥିଲେ ।
previous post
next post