Uncategorized

ମୋନିକା କପିଲ ମୋହତା ସୁଇଜରଲ୍ୟାଣ୍ଡ ପାଇଁ ଭାରତୀୟ ରାଜଦୂତ ନିଯୁକ୍ତ

ନୂଆଦିଲ୍ଲୀ: କୂଟନୀତିଜ୍ଞ ମେନିକା କପିଲ ମୋହତା ସୁଇଜରଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ଦୂତାବାସର ପରବର୍ତ୍ତୀ ରାଜଦୂତ ନିଯୁକ୍ତ ହୋଇଛନ୍ତି । ଏସମ୍ପର୍କରେ ଆଜି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ବର୍ତ୍ତମାନ ଏହି କୂଟନୀତିଜ୍ଞ ସ୍ୱିଡେନରେ ଅବସ୍ଥାପିତ ଅଛନ୍ତି । ୧୯୮୫ ବ୍ୟାଚର ଏହି ଆଇଏଫଏସ ଅଧିକାରୀ ଖୁବ ଶୀଘ୍ର ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଏହା ପୂର୍ବରୁ ସେ ପୋଲାଣ୍ଡ, ଲିଥୁଆନିଆରେ ୨୦୧୧ରୁ ୨୦୧୫ ମଧ୍ୟରେ ଭାରତୀୟ ରାଜଦୂତ ଭାବେ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ସେ ୨୦୦୬ରୁ ୨୦୧୧ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ରରେ ଥିବା ଭାରତୀୟ ଉଚ୍ଚାୟୁକ୍ତରେ ନେହରୁ ସେଣ୍ଟର ଆଣ୍ଡ ମିନିଷ୍ଟର (ସଂସ୍କୃତି)ର ନିର୍ଦ୍ଦେଶିକା ଥିଲେ । ବିଦେଶ ମନ୍ତ୍ରଣାଳୟରେ ସେ ବିଭିନ୍ନ ବଡ ପଦପଦବୀରେ କାର୍ଯ୍ୟକରିଛନ୍ତି । ସେ ଫ୍ରାନ୍ସ, ନେପାଲ, ଥାଇଲାଣ୍ଡସ୍ଥିତ ଭାରତୀୟ ଦୂତାବାସର ରାଜଦୂତ ଓ ୟୁନିସ୍କୋର ସ୍ଥାୟୀ ଅତିଥି ରହିଛନ୍ତି ।

Related posts

ନିଆଁ ଲାଗି ଭୁଶୁଡିଲା କୋଠା, ୨ ଦମକଳ କର୍ମଚାରୀ ମୃତ

mahabharatanews

କରୋନା ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ଓବାମାଙ୍କ ଏ ପ୍ରୋମିଜ୍ଡ ଲ୍ୟାଣ୍ଡରେ ସୋନିଆଙ୍କୁ ପ୍ରଶଂସା

mahabharatanews