(ପୁରୀ) : ଗଡ଼ିଲା ବନ୍ଦେ ଭାରତ ଟ୍ରେନ୍ । ହାୱଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କଲା ଟ୍ରେନ୍ । ଭିସି ଯୋଗେ ପତାକା ହଲାଇ ଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସୂଚନାନୁଯାୟୀ , ଆଜିଠୁ ଗଡ଼ିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଟ୍ରେନ୍ଟି ପୁରୀ-ହାୱଡା ମଧ୍ୟରେ ସବୁଦିନ ଚଳାଚଳ କରିବ । କେବଳ ଗୁରୁବାର ବନ୍ଦ ରହିବ । ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି ।