ସୋନପୁର/ଓମ୍ ପ୍ରକାଶ ମିଶ୍ର :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ଅନେକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଉଲୁଣ୍ଡା ବ୍ଲକ ସଦରରେ ନବନିର୍ମିତ ବ୍ଲକ ମିଶନ ଶକ୍ତି ଭବନର ଉଦ୍ଘାଟନ କରାଯାଇଥିଲା । ଏଥି ସହିତ ଚଡାଇପଙ୍କ ଗ୍ରାମର ଅମୃତ ଧାରା , କ୍ଷେମାଲୋଏ ଗ୍ରାମର ଉପ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର, ବରପଦର ଗ୍ରାମର ମିଶନ ଶକ୍ତି ଗୃହ ଏବଂ କମ୍ୟୁନିଟି ସେଣ୍ଟର , ପଞ୍ଚମହଲାର କମ୍ୟୁନିଟି ସେଣ୍ଟର ଏବଂ କୁମରକେଲି ଗ୍ରାମର କନ୍ଧପଡାରେ ଏକ ଗୋଷ୍ଠୀ କେନ୍ଦ୍ରର ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ପଦ୍ମନାଭ ବେହେରା ପ୍ରକଳ୍ପଗୁଡିକର ଶୁଭ ଉଦ୍ଘାଟନ କରିଥିଲେ । ବିଧାୟକଙ୍କ ସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଡିଓ ହେମସାଗର ଭୋଇ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଜୋନ -୧ ଜିଲ୍ଲାପରିଷଦ ବିଜୟାଲକ୍ଷ୍ମୀ ତରାଇ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ବୀରମହାରାଜପୁର ବ୍ଲକ ଉପାଧକ୍ଷ ନାରାୟଣ ଲୁହା, ଉଲୁଣ୍ଡା ବ୍ଲକ ଉପାଧକ୍ଷ ସଂଜୀବ ଦେହେରୀ । ଏଥି ସହ ସ୍ଥାନୀୟ ସରପଂଚ ଏବଂ ସମିତି ସଭ୍ୟ , ଯୁବନେତା କୁର୍ତ୍ତିବାସ ମିଶ୍ର, ବିହାରୀଲାଲ ମିଶ୍ର ସମେତ ଅନେକ ଦଳୀୟ କର୍ମୀ ସାମିଲ ହୋଇଥିଲେ।