ଓଡିଶା

୨୦ରୁ ଦଶମ ପରୀକ୍ଷା 

(ଭୁବନେଶ୍ୱର) :  ୨୦ ତାରିଖରୁ ଆରମ୍ଭ ହେବ ଦଶମ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ୍‌ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍-୨୦୨୪), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବୋର୍ଡ ପକ୍ଷରୁ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ।

ସୂଚନାନୁଯାୟୀ ,  ସେହିପରି ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଖାତା ମୂଲ୍ୟାୟନ ୨୦୨୪ ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହୋଇ ୧୨ ଦିନରେ ‌‌ଶେଷ କରାଯିବ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବ‌ର୍ଷ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପ୍ରତି ବିଷୟରେ ୧୦୦ ନମ୍ବର ବିଶିଷ୍ଟ ହେବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ଓ ୫୦ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ଛାତ୍ରଛାତ୍ରୀଙ୍କୁ ଏହି ୧୦୦ ନମ୍ବରରୁ ୮୦ ପ୍ରତିଶତ ୱେଟେଜ୍ ଓ ସ୍କୁଲ୍‌ ଦ୍ବାରା ପରିଚାଳିତ ଇଣ୍ଟର୍‌ନାଲ୍ ଆସେସ୍‌ମେଣ୍ଟରୁ ୨୦ ପ୍ରତିଶତ ‌ୱେଟେଜ୍ ଦିଆଯାଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ।

Related posts

ଏପ୍ରିଲ ଶେଷରେ ମାଟ୍ରିକ ପରୀକ୍ଷା

mahabharatanews

ଗୋଟିଏ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଗହଳି

mahabharatanews

ଆଗାମୀ ୨୪ ଘଣ୍ଟା କୋହଲା ପାଗ ,ଆଲର୍ଟ ଜାରି

mahabharatanews