ଓଡିଶା

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତବିଭାଗର ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ହୋଇଛି । ତାଙ୍କର ବାସଭବନ ସମେତ ଅଫିସ, ଗଜପତି ନଗରର ୨ଟି ବିଲ୍ଡିଂ, ଭୁବନେଶ୍ୱର ସ୍ଥିତ ଏମ୍ସ ନଗର ଓ ପୈତୃକ ଘର ଛତ୍ରପୁରରେ ଚଢାଉ ଜାରିରହିଛି । ଏଯାବତ ୧୬ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିବା ସୂଚନ ମିଳିଛି। ତେବେ ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ଯେତେବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରିବାକୁ ପହଂଚିଥିଲେ, ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିତରୁ କବାଟ ଦେଇ ଖୋଲିନଥିଲେ । ଭିଜିଲାନ୍ସ ଟିମ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲା । ଭିଜିଲାନ୍ସକୁ ସହଯୋଗ ନ କରିବା ନେଇ ମଧ୍ୟ ମାମଲା ରୁଜୁ ହେବ ବୋଲି କୁହାଯାଇଛି ।

Related posts

ଟ୍ରେନ୍ ଦୁର୍ଘଟଣା : ମୃତ୍ୟୁ ୨୮୮, ଆହତ ୯୦୦

mahabharatanews

ପୁରୀରେ ଦୂର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews

ବିଭିନ୍ନ ସଂଗଠନ କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

mahabharatanews