ଖେଳ

ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ଫାଇନାଲ ଟିକେଟ୍ ପାଇଁ ଦମଦାର ମୁକାବିଲା

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RR ବନାମ RCB) ମଧ୍ୟରେ ଖେଳାଯିବ |ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ର ବିଜେତା ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ । ରାଜସ୍ଥାନ ଦଳ କ୍ୱାଲିଫାୟରରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ୭ ୱିକେଟ୍ ହରାଇଥିଲା।

ଅନ୍ୟପଟେ ବାଙ୍ଗାଲୋର ଏଲିମିନେଟରରେ ସୁପର ଜାଏଣ୍ଟସକୁ ୧୪ ରନରେ ପରାସ୍ତ କରିଛି | ଏହି ମ୍ୟାଚ୍ ଜିତିଥିବା ଦଳ ୨୯ ମଇରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟାଇଟଲ୍ ମ୍ୟାଚ୍ ଖେଳିବ | ବାଙ୍ଗାଲୋର ଶେଷ ଥର ପାଇଁ ୨୦୧୬ରେ କ୍ୱାଲିଫାୟର୍-୨ ମ୍ୟାଚ ଖେଳିଥିଲା, ଯେଉଁଥିରେ ଦଳ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଜିତିଥିଲା |ରାଜସ୍ଥାନ ୨୦୧୩ରେ କ୍ୱାଲିଫାୟର୍-୨ ଖେଳି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା |

ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ଠାରୁ ୫ୱିକେଟ୍‌ରେ ପରାଜିତ ହୋଇଥିଲା । ଅନ୍ୟପଟେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ରନ୍‌ରେ ହରାଇଥିଲା । ଡୁ ପ୍ଲେସି ବାହିନୀକୁ ଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ ।

ଅନ୍ୟପକ୍ଷେ ରୟାଲ୍‌ ଚ୍ୟାଲେଞ୍ଜର୍ସର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ଜୋସ ହାଜେଲଉଡ୍‌, ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ହସରଙ୍ଗାର ଘାତକ ସାବ୍ୟସ୍ତ ହେବେ । ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୪ ୱିକେଟ୍‌ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମୁକାବିଲାରେ ରୟାଲ୍ସ ୨୯ ରନ୍‌ରେ ଜିତିଥିଲା । ତେବେ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ବୋଲରମାନେ ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି । ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବା ଦଳ ଫାଇନାଲ୍‌ରେ ପ୍ରବେଶ କରିବ ।

Related posts

AIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛି

mahabharatanews

ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍

mahabharatanews

ଆଇ ପି ଏଲ୍ ଫାଇନାଲର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ ।

mahabharatanews