ଭାରତ

ଥମୁନି ମଣିପୁର ହିଂସା : ଗୁଳି କରି ୩ଜଣଙ୍କୁ ହତ୍ୟା 

(ମଣିପୁର) : ଦିନକୁ ଦିନ ଥମିବାର ନାଁ ନେଉନି ମଣିପୁର ହିଂସା । ଏହାର ମଧ୍ୟରେ ବିଷ୍ଣୁପୁର ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ଏପରି ଅଘଟଣ ଘଟିଛି । ସେହିପରି ଅନେକ ଘରେ ନିଆଁ ଲଗାଇ ଜାଳିଦେଲେ ଉପଦ୍ରବକାରୀ ।

 ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଦୁଇ ସଂପ୍ରଦାୟର ଲୋକ ମୁହାଁମୁହିଁ ହୋଇଥିଲେ । ପିରିସ୍ଥିତି ଏତେ ବିଗିଡିଯାଇଥିଲା ଯେ ମୈତୀ ସମ୍ପଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେହିପରି କୁକୀ ସମୁଦାୟ ଲୋକଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ । ତେବେ ବଫର ଜୋନ୍ ପାରକରି କିଛି ଲୋକ ମୈତୀ ସମ୍ପଦାୟ ଏରିଆରେ ପ୍ରବେଶ କରି ଏପରି ନାରକୀୟ କାଣ୍ତ ଘଟାଇଥିବା ନେଇ ସୂଚନା ରହିଛି ।

Related posts

ବିରାଟ କୋହଲିଙ୍କ ନାଁରେ ନୂଆ କୀର୍ତ୍ତିମାନ ,୧୪୬ ବର୍ଷ କ୍ରିକେଟରେ ଇତିହାସରେ ପ୍ରଥମ

mahabharatanews

ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ସ୍ଵତନ୍ତ୍ର ସାମୟିକ ଛୁଟି

mahabharatanews

ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨

mahabharatanews