ଅପରାଧ

ଅଶ୍ଲୀଳ ଭିଡିଓ ଭାଇରାଲ ଧମକ ଦେଇ ଯୁବକ ଗିରଫ

(ମହାଭାରତ, ଭଦ୍ରକ): ଭଦ୍ରକର ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଯ୍ୁବକ ଜଣକ ୪ ବର୍ଷ ଧରି ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । ଚଳିତମାସ ୫ ତାରିଖରେ କୋର୍ଟରେ ବିବାହ କରିବାକୁ କହି ଯୁବତୀଙ୍କୁ ସାଙ୍ଗରେ ଆଣିଥିଲା । କିନ୍ତୁ ବିବାହ ନ କରି ଉକ୍ତ ଯୁବତୀଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡି ଚାଲିଯାଇଥିଲା । ପରେ ବିବାହ କରିବାକୁ ୧୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଦେଲେ ବିବାହ କରିବ ବୋଲି କହିଥିଲା । ଏକଥା କାହାକୁ କହିଲେ ଶାରିରୀକ ସମ୍ପର୍କ ବେଳର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଉକ୍ତ ଯୁବକ ଧମକ ଦେଇଥିଲା । ଏନେଇ ଯୁବତୀ ଜଣକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବ୍ଲାକମେଲିଂ କରୁଥିବା ଯୁବକଙ୍କୁ ଗିରଫ କରିଛି ।

Related posts

ମନ୍ନତରେ ଏନସିବି ଟିମର ଚଢାଉ 

mahabharatanews

ବାପାକୁ ପିଟି ପିଟି ହତ୍ୟା କଲା ପୁଅ

mahabharatanews

ରେଲୱେ ଷ୍ଟେସନରୁ ୩୨ ଦାଦନ ଶ୍ରମିକ ଉଦ୍ଧାର

mahabharatanews