ଓଡିଶା

ବୌଦ୍ଧରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ

(ବୌଦ୍ଧ)  : ବିରୋଧୀଙ୍କ କଡା ସମାଲୋଚନା ସତ୍ତ୍ୱେ ଲୋକଙ୍କ ପାଖରେ ଛିଡା ହେଉଛନ୍ତି   ୫-ଟି ସଚିବ । ବୁଧବାର ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପାଣ୍ଡିଆନ ବାବୁ । ପ୍ରଥମେ କଣ୍ଟାମାଳ ବ୍ଲକର ୫-ଟିରେ ରୂପାନ୍ତରିତ ହୋଇଥିବା ଆମ୍ବଗାଁ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକ ପାଇଁ ୭୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରିଥିଲେ।। ସେହିପରି ୨୪୭ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୫-ଟି ପ୍ରକଳ୍ପ ‘ପାର୍ବତୀ ଗିରି ମେଗା ଜଳ ସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ ଶ୍ରୀ ପାଣ୍ଡିଆନ।

ବୌଦ୍ଧରେ ପହଞ୍ଚି ଜିଲ୍ଲା ଷ୍ଟାଡିଅମରେ ୫-ଟି ସଚିବ ମିସନ ଶକ୍ତି ମହିଳାଙ୍କ ସହ ଭାବ ବିନିମୟ କରିଥିଲେ। ପରେ ମଡେଲ ଡିଗ୍ରି କଲେଜରେ ଅନୁଷ୍ଠିତ ଛାତ୍ର ସମାବେଶରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।

Related posts

ସରପଞ୍ଚଙ୍କ ଅବହେଳା ଯୋଗୁଁ ପଞ୍ଚାୟତବାସୀଙ୍କୁ ବ୍ୟାପିପାରେ କରୋନା

mahabharatanews

ହୀରକୁଦରେ ପୁଣି ଖୋଲିଲା ୬ ଗେଟ

mahabharatanews

କୃଷି ଋଣ ଠକେଇ: ୫୦ରୁ ଉର୍ଦ୍ଧ୍ୱ ଅ।ଦିବାସୀ ରାଇରଙ୍ଗପୁର ଟାଉନଥାନା ଦ୍ୱାରସ୍ଥ

mahabharatanews