ଓଡିଶା

ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ଓ ଭେଣ୍ଡି ମାଡ଼

(ଭୁବନେଶ୍ୱର) : ମନ୍ତ୍ରୀଙ୍କ ଘରକୁ ଟମାଟୋ ଓ ଭେଣ୍ଡି ମାଡ଼   ।  ଅହେତୁକ  ପରିବା ଦର ବୃଦ୍ଧି ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମିତିକି ଛାତ୍ର କଂଗ୍ରେସର ସଦସ୍ୟମାନେ ମନ୍ତ୍ରୀ ଶ୍ରୀ ନାୟକଙ୍କ ଘରକୁ ଟମାଟୋ ଓ ଭେଣ୍ଡି ଇତ୍ୟାଦି ମାଡ଼ କରିଥିଲେ ।

ସୂଚନାନୁଯାୟୀ ,  ଛାତ୍ର କଂଗ୍ରେସ ଅଭିଯୋଗ କରିଛି କି ରାଜ୍ୟ ସରକାର ବଜାର ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କିଛି କରିନାହଁନ୍ତି । ଚାଷୀଙ୍କ ମାଗଣାରେ ବିହନ ଯୋଗାଇବାରେ ରାଜ୍ୟ ସରକାର ବିଫଳ । ଚାଷୀ ଋଣଯନ୍ତାରେ ପଡି ହନ୍ତସନ୍ତ ହେଉଥିବା ବେଳେ ସରକାର ସେମାନଙ୍କ ଋଣ ଛାଡ କଲେ ନାହିଁ ବୋଲି  ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ।

 

Related posts

ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ଦୋକାନ

mahabharatanews

ମଣିଷଖିଆ ବାଘର ଉତ୍ପାତ ,ନାବାଳକ ପରେ ଏବେ ମହିଳାଙ୍କ ପାଳି   

mahabharatanews

ଚିନ୍ତା ବଢ଼ାଉଛି କରୋନା: ରାଜ୍ୟରେ ୫ ଶହ ପାର

mahabharatanews