ଓଡିଶା

ପ୍ରାୟ ୨ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌, ଆସନ୍ତାକାଲି ଖୋଲିବ ଭୋଟ ବାକ୍ସ

(ଭୁବନେଶ୍ୱର) : ଗତକାଲି ଅନ୍ତିମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଭୋଟ ବାକ୍ସ ଭିତରେ ସିଲ୍‌ ହୋଇଯାଇଛି ପ୍ରାୟ ୨ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଆସନ୍ତାକାଲି (୨୬)ରୁ ଖୋଲିବ ଭୋଟବାକ୍ସ । ଜିଲ୍ଲା ପରିଷଦ ଜୋନ୍‌ ୱାରି ଗଣତି ହେବ । ୨୬, ୨୭, ୨୮ ତିନି ଦିନ ଚାଲିବ ମତଗଣନା । ଏହି ୫ମ ପର୍ଯ୍ୟାୟ ନିର୍ବାଚନରେ ୫ଟି ଜିଲ୍ଲାର ୪୮ଟି ବ୍ଲକ ଅନ୍ତର୍ଗତ ୧୩୧ ଜିଲ୍ଲା ପରିଷଦ ଜୋନ, ୯୭୫ଟି ପଞ୍ଚାୟତର ୧୩ ହଜାର ୫୧୪ଟି ବୁଥ୍‌ରେ ମତଦାନ ହୋଇଥିଲା ।

ସୂଚନାନୁଯାୟୀ ,ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ବୁଥରେ ୧ ଲକ୍ଷ ୬ ୩୫୩ଟି ପଦବି ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨ କୋଟି ୭୯ ଲକ୍ଷରୁ ଅଧିକ ମତଦାତାଙ୍କ ଭୋଟ ଦାନ ପାଇଁ ବ୍ୟବସ୍ଥା ହୋଇଥିଲା । ଚଳିତ ନିର୍ବାଚନରେ ୩୬,୫୨୩ ୱାର୍ଡ ମେମ୍ବର, ୧୨୬ ସରପଞ୍ଚ, ୩୨୬ଜଣ ସମିତିସଭ୍ୟ ପ୍ରାର୍ଥୀ ଓ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ର୍ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଏହାକୁ ବାଦ୍‌ ଦେବା ପରେ ପ୍ରାୟ ୨ ଲକ୍ଷ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଲଢ଼ୁଥିଲେ ।

Related posts

କମିଲା ସୁନା ଓ ରୁପା ଦର

mahabharatanews

ସ୍ମୃତିର ଓଡିଶା ପକ୍ଷରୁ ଶିଶୁଦିବସ ପାଳିତ

mahabharatanews

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

mahabharatanews