ଭୁବନେଶ୍ୱର : ଆରମ୍ଭ ହୋଇ ଯାଇଛି ପୌର ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଛି ଏହି ପ୍ରକ୍ରିୟା । ମକ୍ପୋଲ ସରିବା ପରେ ଆରମ୍ଭ ହୋଇଯାଇଛି ମତଦାନ । ଆଜି ରାଜ୍ୟର ୪୭ଟି ମୁନିସପାଲଟି, ୫୯ ଏନ୍ଏସି ସହ ୩ଟି ମହାନଗର ନିଗମର କର୍ପୋରେଟର ଓ ମେୟର ପଦବି ଭୋଟ ରହିଛି । ଏହି ଭୋଟ ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ କରି ସନ୍ଧ୍ୟା ୫ଟା ଯାଏ ଚାଲିବ ।
ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ସହରାଞ୍ଚଳ ଶରୀର ନିର୍ବାଚନରେ ଭୋଟ୍ ଦେବା ପାଇଁ ଏକ ମତଦାନ କେନ୍ଦ୍ରକୁ ଯାଇଥିଲେ। ସହରାଞ୍ଚଳ ନିର୍ବାଚନ ପାଇଁ ବିଏମସିର ୫୩ ୱାର୍ଡରେ ଥିବା ପଲସପଲ୍ଲୀ ସ୍କୁଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସୂଚନା ଅନୁସାରରେ ନବୀନ ନୀବାସରୁ ଚାଲି ଚାଲି ଆସି ମତଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଭୋଟର ପରିଚୟ ଦେଖାଇଥିଲେ, ଧାଡିରେ ଠିଆ ହୋଇଥିଲେ ଏବଂ ତାଙ୍କ ପର୍ଯ୍ୟାୟ ଆସିବା ପରେ ଭୋଟ୍ ଦେଇଥିଲେ।
ଫାଇଭ ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ ଏବଂ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତିକେୟନ ମଧ୍ୟ ଭୋଟ ଦାନ କରିଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନିଜ ଧର୍ମପତ୍ନୀଙ୍କ ସହ ରାଜଧାନୀର ୬୦ ନମ୍ବର ୱାର୍ଡର ୬୨୦ନମ୍ବର ବୁଥରେ ମତଦାନ କରିଛନ୍ତି। ସେହିପରି ନୟାପଲ୍ଲୀ ନୂଆସାହି ଉତ୍କଳମଣି ସରକାରୀ ୟୁପି ବିଦ୍ୟାଳୟରେ ଭୋଟ ଦେଇଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ।