ଓଡିଶା

ଘର କାନ୍ଥ ଭୁଶୁଡି ବୃଦ୍ଧା ଗୁରୁତର

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ପଡିଆ ବ୍ଳକ ଅନ୍ତର୍ଗତ ଉଣ୍ଡୁକୋଣ୍ଡା ଗାଁରେ ଜଣେ ବୃଦ୍ଧା ଘରେ ଶୋଇଥିବା ବେଳେ ତାଙ୍କ ଉପରେ ଘରର କାନ୍ଥ ଭୁଶୁଡି ପଡିବାରୁ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବୃଦ୍ଧା ଜଣକ ଉଣ୍ଡୁକୋଣ୍ଡା ଗାଁର ଇର୍ମା ମାଢିଙ୍କ ସ୍ତ୍ରୀ କସୀ ମାଢି ବୋଲି ଜଣାପଡିଛି ।ବୃଦ୍ଧାଙ୍କ ଅଣ୍ଟା ଏବଂ ଗୋଡରେ ଅଧିକ ଆଘାତ ଲାଗିଥିବା ଜଣାପଡ଼ିଛି । ଗାଁର କିଛି ଯୁବକ ତାଙ୍କୁ କାଲିମେଳା କିମ୍ବା ମାଲକାନଗିରି ମେଡିକାଲ ନେବା ପାଇଁ ଚେଷ୍ଟା କରିଥିବା ବେଳେ ବାଟରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ସେଠାକୁ ଯିବା ସମ୍ଭବ ହୋଇପାରି ନାହିଁ । ଫଳରେ ବୃଦ୍ଧାଙ୍କୁ ଏବେ ପଡିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

Related posts

୧୬ରୁ କାର୍ଯ୍ୟକ୍ଷମ ହେବ ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ 

mahabharatanews

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଆଲମିରା କାରଖାନା

mahabharatanews

ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୁରକ୍ଷା କିଟ୍ ପ୍ରଦାନ

mahabharatanews