ଓଡିଶା

ଦୁର୍ଗମ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଲେ ତହସିଲଦାର

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା କାଲିମେଳା ତହସିଲଦାର ଅଲୋକ କୁମାର ଅନୁଗୁଳିଆ କାଲିମେଳା ବ୍ଳକର ଦୁର୍ଗମ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତର ଗସ୍ତ କରି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ଗୁଡିକ ବୁଲି ଦେଖିଛନ୍ତି । ଚାଷୀମାନଙ୍କ ଅନୁରୋଧ ରକ୍ଷା କରି ତହସିଲଦାର ଏହି ଗସ୍ତ କାର୍ୟ୍ୟକ୍ରମ କରିଥିଲେ । ଉକ୍ତ ପଞ୍ଚାୟତକୁ ରାସ୍ତା ନଥିବା ବେଳେ ତହସିଲଦାର ଚାଲି ଚାଲି ଚିତ୍ରାଙ୍ଗପାଲ୍ଲୀର ମୁଦାଖାଲ ସମେତ ଅନ୍ୟାନ୍ୟ ଗାଁରେ ଥିବା ଚାଷ ଜମିଗୁଡିକ ବୁଲି ଦେଖିଥିଲେ । ଏହିସମୟରେ ବେଜାଙ୍ଗିୱାଡା ଆରଆଇ ଜୟକୃଷ୍ଣ ସାହୁ ଏବଂ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତର ଗ୍ରାମ୍ୟ କୃଷକ କର୍ମଚାରୀ ପ୍ରକାଶ ଚନ୍ଦ୍ର ସ୍ବାଇଁ, କୃଷକ ସାଥୀ ସୁଧାଂଶୁ ମଣ୍ଡଳ, ସ୍ଵେଚ୍ଛାସେବୀ ଦେବା ସୋଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସୁଚନା ଥାଉକି, ଲଗାଣ ବର୍ଷା ଯୋଗୁଁ କାଲିମେଳା ଚିତ୍ରାଙ୍କପାଲ୍ଲୀ, କାଙ୍ଗୁରୁକୋଣ୍ଡା, ମୋଟୁ, ପୁଷୁଗୁଡ଼ା ଭଳି ଅନେକ ପଞ୍ଚାୟତର ଚାଷ ଜମି ଗୁଡିକରେ ପ୍ରାୟ ୧୦ ଦିନଧରି ପାଣି ଜମି ରହିବା ଫଳରେ ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି । ଜମିରେ ଏବେବି ପାଣି ଜମିରହିଥିବା ମଧ୍ୟ ଦେଖିବାକୁ ମିଳିଛି। ଧାର କରଜ କରି ଗରିବ ଆଦିବାସୀ ଚାଷୀ ମାନେ ନିଜ ଜମିର ଫସଲ ଛିଡା କରିଥିବା ବେଳେ ଏବେ ବର୍ଷା ସେମାନଙ୍କ ଚାଷ ଜମିକୁ ନଷ୍ଟ କରିଦେଇଛି । ତେବେ କାଲିମେଳା ତହସିଲଦାର ଉକ୍ତ ଚାଷିମାନଙ୍କୁ କ୍ଷତିପୂରଣ ଦେବାକୁ ସହମତି ପ୍ରକାଶ କରିଥିବା ଜଣାଯାଇଛି ।

Related posts

ବିଜେଡିର ମୁଖପାତ୍ର ଭାବେ ନିଯୁକ୍ତି ହେଲେ ମହେନ୍ଦ୍ର ବଡେଇ

mahabharatanews

ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଯୋନ ପ୍ରତିଷ୍ଠା କାର୍ୟ୍ୟକ୍ରମ ଅନୁଷ୍ଠିତ

mahabharatanews

୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା , ୱାର୍ଣ୍ଣିଂ ଜାରି

mahabharatanews