ଓଡିଶା

ଅଧାରୁ ହାତ ଛାଡିଦେବେ କି ୱାସିମ ଜାଫର!

ଦିଲ୍ଲୀ : ଭାରତୀୟ ଟିମର ପୂର୍ବତନ ଖେଳାଳି ୱାସିମ ଜାଫର । ଯିଏକି ବର୍ତ୍ତମାନ ଓଡିଶା ଦଳର କୋଚ ରହିଛନ୍ତି । ୨ ବର୍ଷ ପାଇଁ ଚୁକ୍ତି ହୋଇଥିବା ଏହି ପଦବୀକୁ କିନ୍ତୁ ଏବେ ଅଧାରୁ ଛାଡିବାକୁ ଯାଉଛନ୍ତି ଜାଫର । ୨ ବର୍ଷ ପୂରା ହେବାକୁ ଆଉ ଗୋଟିଏ ବର୍ଷ ଥିବାବେଳେ ଜାଫର ଏବେ ବାଂଲାଦେଶ କ୍ରିକେଟ ବୋର୍ଡରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ବାଂଲାଦେଶ ଅଣ୍ଡର ୧୯ ଟିମର କୋଚ ଭାବେ ସେ ଦାୟିତ୍ୱ ନେଇପାରନ୍ତି ବୋଲି କୁହାଯାଉଛି । ବାଂଲାଦେଶର ସାମ୍ବାଦିକ ଏମଏମ କେୟସରଙ୍କ କହିବାନୁସାରେ, ୱାସିମ ଜାଫର ବାଂଲାଦେଶ ଅଣ୍ଡର ୧୯ ଟିମର କୋଚ ଭାବେ ଦାୟିତ୍ୱ ନେବେ । ବାଂଲାଦେଶର ଯୁବ ଖେଳାଳିଙ୍କୁ ରଣନୀତି ଓ କୌଶଳ ମଧ୍ୟ ଶିଖାଇବେ ।

ସେ ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡ ସହ ସମ୍ପର୍କରେ ମଧ୍ୟ ରହିଥିଲେ । ଓଡିଶା ଦଳର କୋଚ ହେବା ପୂର୍ବରୁ ଜାଫର ୨୦୧୯ ମସିହାରେ ବାଂଲାଦେଶ କ୍ରିକେଟ ବୋର୍ଡର ଏକାଡେମୀରେ ପରାମର୍ଶଦାତା ଭାବେ କାମ କରିସାରିଛନ୍ତି । କେବଳ ସେତିକି ନୁହେଁ ସେ ବାଂଲାଦେଶ ଟିମର ମଧ୍ୟ ପରାର୍ଶଦାତା ରହିଥିଲେ । ଏବେ ପୁଣି ସେ ବାଂଲାଦେଶ ବୋର୍ଡକୁ ଫେରିବାକୁ ମନ ବଳାଇଛନ୍ତି । ୱାସିମ ଜାଫର ବାଂଲାଦେଶ ବୋର୍ଡରେ ସାମିଲ ହେବାପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ୨ ବର୍ଷ ପାଇଁ ଓଡିଶାର କୋଚ ଭାବେ ରହିବାକୁ ଚୁକ୍ତି ହୋଇଥିବା ବେଳେ କେମିତି ଅଧାରୁ ଓଡିଶା ଛାଡିବେ ଜାଫର? ତାଙ୍କ ପରେ ଓଡିଶାର କୋଚ ଦାୟିତ୍ୱ କାହାକୁ ଦିଆଯିବ?

Related posts

ପଦ୍ମପୁର ଉପନିର୍ବାଚନ ମଇଦାନରେ 10 ପ୍ରାର୍ଥୀ

mahabharatanews

ଆସନ୍ତା କାଲି ଇଡକୋର କଳଙ୍କିତ ନାୟକଙ୍କ ନିଷ୍କଳଙ୍କ ଅବସର!

mahabharatanews

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବୈଠକ

mahabharatanews